ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି ହତ୍ୟା
ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି ହତ୍ୟା କରାଯାଇଛି । ଭଦ୍ରକ ବନ୍ଧଗାଁ ଗ୍ରାମାଞ୍ଚଳ ଥାନାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା । ଘର କାମ ପାଇଁ ଜଣେ ମୁଲିଆକୁ ଡାକି ଏପରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରର ଏତଲା ପରେ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସ୍ଥାନୀୟ ପୋଲିସ ଘଯଣାର ତଦନ୍ତ କରୁଥିବାବେଳେ ସ୍ଥାନୀୟ ଲୋକଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରୁଛି ।