ଭାଲୁ ଆକ୍ରମଣ ଜଣେ ଗୁରୁତର
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କେନ୍ଦୁପାଣି ଗ୍ରାମର ସିଙ୍ଗଲ ମାଝୀ ନାମକ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେ ଗାଁ ନିକଟରେ ଥିବା ନିଜ ଚାଷ ଜମିକୁ ଯାଉଥିବା ବେଳେ ହଠାତ୍ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ସିଙ୍ଗଲଙ୍କ ଡାହାଣ ଗୋଡ଼ରେ ଆକ୍ରମଣ କରିଥିବାବେଳେ ତାଙ୍କର ଚିକôାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ରୁ ତାଙ୍କୁ ଉଦ୍ଧାର କରିଥିଲେ । ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିସôା ପରେ ଭବାନୀପାଟଣା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।