ବ୍ଲାକ୍ ବେଲ୍ଟ ହାସଲ କଲେ ସାଇଶ୍ରୀ
ବୁଗୁଡା : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ସ୍ୱାଇଁ ଟାଏକୋଣ୍ଡୋରେ ବ୍ଲାକ ବେଲ୍ଟ ହାସଲ କରି ଅଞ୍ଚଳରେ ଚର୍ଚ୍ଚିତ ହେବା ସହ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ଜଣାଯାଇଛି । ସେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବ୍ଲାକ୍ ବେଲ୍ଟ୍ ହାସଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏହି କୃତିତ୍ୱର ଅଧିକାରିଣୀ ହୋଇଥିଲେ । ଏଥି ସହ ବ୍ରହ୍ମପୁରଠାରେ ଆୟୋଜିତ ଓପନ୍ ଷ୍ଟେଟ୍ ଟାଏକୋଣ୍ଡୋ ଚମ୍ପିଆନସିପ୍ ସିଜନ-ଫାଇଭରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ ପୂର୍ବକ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଏଠାକାର ବୁଦ୍ଧଖୋଲ ମହୋସôବ-୨୦୨୫ରେ ତାଙ୍କୁ ମସô୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ, କୋଚ୍ ନିରଞ୍ଜନ ଗୌଡଙ୍କ ଦ୍ୱାରା ତାଲିମ ପାଇ ସାଇଶ୍ରୀ ଏହି ବ୍ଲାକବେଲ୍ଟ ହାସଲ କରିବାରେ ବୁଗୁଡା ଅଞ୍ଚଳର ପ୍ରଥମ ବାଳିକା ଭାବେ ବିବେଚିତ ହୋଇଥିବା ଜଣାଯାଇଛି ।