ମହାଦେବଙ୍କ ଠାରେ ଜଳ ଲାଗି କଲେ କାଉଡିଆ


ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ :  ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡିଆମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି  । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ଶେଷ ସୋମବାର ସକାଶେ କାଉଡିଆମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଶୈବପୀଠ ଗୁଡିକରେ ଜଳଲାଗି କରିଥିଲେ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ବହୁ କାଉଡିଆ ରବିବାର ପୁରୁଷୋତ୍ତମପୁର ବ୍ଳକ ଯାମୁନୀ ଋଷିକୂଲ୍ୟା ନଦୀ ତ୍ରିବେଣୀ ସଙ୍ଗମ ସ୍ଥଳରେ ପହଞ୍ଚି ପୁରୋହିତ ଖଡିରନô ସିମାଞ୍ଚଳ ପଣ୍ଡିତଙ୍କ ପୂଜା ହୋମାଦି ସହ ମହା ମୃତୁ୍ୟଞ୍ଜୟ ମନ୍ତ୍ର ପାଠ ପୂର୍ବକ କଳସରେ ଜଳ ଧାରଣ କରିବା ସହ ଚନ୍ଦନ, କର୍ପୁର ଓ ବିଭିନ୍ନ ସୁବାଷିତ ମହୋଷଧି ମିଶ୍ରଣ ପୂର୍ବକ ବାହୁଙ୍ଗିରେ ପୂର୍ଣ୍ଣକୁମ୍ଭ କଳସକୁ କାନ୍ଧରେ ବୋହି ବୋଲବମ ହରହର ବମ, ଜଟିଆ ବାବା ପାର୍ କରେଗା ସମେତ ଶିବ ନାମ ଜପ କରି ପାଣ୍ଡିଆ ନୂଆଁଗାଁ ସ୍ଥିତ ନୀଳକଠେଶ୍ୱର ମହାଦେବଙ୍କ ପୀଠଠାରେ ପହଞ୍ଚିଥିଲେ । ମନ୍ଦିର ପରିସରରେ ଜଳାଭିଷେକ ଓ ରୁଦ୍ରାଭିଷେକ ସମାପନ ପରେ କାଉଡିଆ ଭକ୍ତ ବୃନ୍ଦ ମହାଦେବଙ୍କ ଠାରେ ଜଳ ସମର୍ପଣ କରିଥିଲେ  । ହୋମଯଜ୍ଞ ସମାପନ ପରେ କାଉଡିଆ ଭକ୍ତ ବୃନ୍ଦ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ନଦୀରେ ବିସର୍ଜନ କରି ପ୍ରଭୁକୃପା ଲାଭ କରିଥିଲେ  । ମନ୍ଦିର ପରିସରରେ ହବିଷାନ୍ନ ବ୍ୟଞ୍ଜନ ପ୍ରସ୍ତୁତି ପୂର୍ବକ ପ୍ରସାଦ ସେବନ କରି ଅପରାହ୍ନରେ ନିଜ ନିଜ ଗୃହକ ପ୍ରତ୍ୟାଗମନ କରିଥିଲେ  ।  ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ସିମାଞ୍ଚଳ ମୁଦୁଲି, ସିମାଞ୍ଚଳ ଚୌଧୁରୀ, ଗୋପାଳ କୃଷ୍ଣ ସାହୁ,  ଅଶୋକ କୁମାର ପ୍ରଧାନ, ଶେଷଦେବ ସାହୁ, ସୁବାଷ ମିଶ୍ର, ନିଳାଞ୍ଚଳ ପାଳ, କୃଷ୍ଣଚନ୍ଦ୍ର ପଣ୍ଡା, ନିଳାଞ୍ଚଳ ଗୌଡ, ପାଣ୍ଡା ପୃଷ୍ଟି, ସୁବାଷ ମିଶ୍ର, ଜଗନ୍ନାଥ ଚୌଧୁରୀଙ୍କ ସମେତ ବହୁ କାଉଡିଆ ଅଂଶ ଗ୍ରହଣ କରିଥିଲେ  ।