ପିଉସୀଙ୍କୁ ହତ୍ୟା କଲା ପୁତୁରା 


ାା ପ୍ରଭାନୁ୍ୟଜ୍ ।ା ବେତନଟୀ :  ବେତନଟୀ ଥାନା ଅନ୍ତର୍ଗତ ଦହିକୋଟୀ ଗ୍ରାମରେ ବୁଧବାର ଏକ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛିି । ପିଉସୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣି ପୁତୁରା ହତ୍ୟା କରିଛି । ଅଭିଯୁକ୍ତ ପୁତୁରାକୁ ଗ୍ରାମବାସୀମାନେ ଅଟକ ରଖି ଦଉଡିରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ । ମୃତା ମହିଳା ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସ୍ୱର୍ଗତଃ ପଙ୍କଜ କୁମାର ମିଶ୍ରଙ୍କ ଭଉଣୀ ଚାରୁଲତା ମିଶ୍ର (୬୪) । ଅଭିଯୁକ୍ତ ଜଣକ ହେଉଛି ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ ତନ୍ମୟ କୁମାର ମିଶ୍ର ଓରଫ କାନ୍ଦୁରୁ (୨୧) । ଶିକ୍ଷୟିତ୍ରୀ ମା’ ପ୍ରଭାତୀମଞ୍ଜରୀ ଦାଶଙ୍କ ସହିତ ଘରେ ତନ୍ମୟ ରହି ଆସୁଥିଲେ । ବାରିପଦାରେ ଭାଇ ବ୍ରଜରାଜ ମିଶ୍ରଙ୍କ ଘରେ ଚାରୁଲତା ରହୁଥିବାବେଳେ ମଝିରେ ମଝିରେ ଦହିକୋଟୀ ସ୍ଥିତ ପୈତୃକ ଘରକୁ ଆସୁଥିଲେ । ବୁଧବାର ପ୍ରଭାତୀ ମଞ୍ଜରୀ ସ୍କୁଲ ପଳାଇ ଯାଇଥିବାବେଳେ ତନ୍ମୟ ଡିପ୍ଲୋମା ପଢିବାକୁ କଲେଜ ଯାଇଥିଲେ । ତେବେ କଲେଜରୁ ଫେରିବା ପରେ କୌଣସି କଥାକୁ ନେଇ ପିଉସୀଙ୍କ ସହିତ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କାନ୍ଦୁରୁ ଏକ ଧାରୁଆ ଅସ୍ତ୍ରରେ କ୍ରମାଗତ ଭାବେ ପିଉସୀଙ୍କୁ ହାଣି ଚାଲିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେହିଁ ଚାରୁଲତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଖବର ପାଇ ଗ୍ରାମବାସୀ ଓ ପଡୋଶୀ ତନ୍ମୟକୁ କାବୁକରି ବାନ୍ଧି ପକାଇ ପୁଲିସକୁ ଜିମା ଦେଇଥିଲେ । ଏନେଇ ବେତନଟୀ ପୁଲିସ ଏକ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁ କରି ବାରିପଦା ସାଇଣ୍ଟିିଫିକ ଟିମକୁ ଖବର ଦେଇଥିଲେ । ଦହିକୋଟୀ ଗ୍ରାମରେ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।