ମଦ ଓ ବାଇକ ଜବତ, ୮ କୋର୍ଟ ଚାଲାଣ
କେନ୍ଦ୍ରାପଡା: ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବ୍ୟାପକ ଚୋରା ମଦ ଜବତ କରିବା ସହ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ରାଜକନିକା, ଆଳି, ମହାକାଳପଡ଼ା ଓ ଜମ୍ବୁ ମେରାଇନ ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସାନବଡ ବସନ୍ତ ଗ୍ରାମର ରମାକାନ୍ତ ସେଠିଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ତିଗିରିଆ ଗ୍ରାମର ଅନନ୍ତ ମଳିକଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ ସହିତ ଗୋଟିଏ ମୋଟର ସାଇକଲ, ପାଟୁଳି ଗ୍ରାମର ନିରଞ୍ଜନ ସାହୁଙ୍କ ଠାରୁ ୪୦ ଲିଟର ଦେଶ ମଦ, ପଡିନିପାଳ ଗ୍ରାମର ପ୍ରଭାକର ମଳିକଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ, ଅହମଦପୁର ଗ୍ରାମାର ବାବାଜି ମଳିକଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ବାହାର ଶୁବାଳା ଗ୍ରାମର ରମେଶ ଚନ୍ଦ୍ର ରାଉତଙ୍କ ଠାରୁ ୪୫ ଲିଟର ବିଦେଶୀ ମଦ, ବାରିଆ ବାଲିବତ ଗ୍ରାମର ସୁର ସାମଲଙ୍କ ଠାରୁ ୮୫୦ ଲିଟର ରନ୍ଧା ମଦ ଏବଂ ବାଲିବତା ଗ୍ରାମର ଅଜୟ ସାମଲଙ୍କ ଠାରୁ ୪୫୦ ଲିଟର ଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୧୪୯୫ ଲିଟର ବିଦେଶ, ଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ, କେନ୍ଦ୍ରାପଡା କହିଛନ୍ତି । ଏହି ଚଢ ।ଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ଛାୟାକନ୍ତ ନାୟକ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
