ଡାହାଣୀ ସନେ୍ଦହ ବାପମାଆ ଓ ଝିଅକୁ ମାରିଦେଲେ

ାା ଏଜେନ୍ସି ।ା ପାଟନା: ଡାହାଣୀ ସନେ୍ଦହରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲା ହତ୍ୟାକାରୀ ।  ଏପରି ଜଙ୍ଘନ୍ୟ ହତ୍ୟାକାଣ୍ଡ  ଘଟିଛି ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ବନ୍ଦଗାଁଓରେ । ଗତ ୧୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଡୁଗୁଲୁ ପୂର୍ତ୍ତି (୫୭), ତାଙ୍କ ସ୍ତ୍ରୀ ଶୁକବରୋ ପୂର୍ତ୍ତି ଓ ତାଙ୍କର ୨୪ ବର୍ଷୀୟ ଝିଅ । ଡୁଗୁଲୁ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଧାରୁଆ ଅସ୍ତ୍ରରେ ସେମାନଙ୍କର ମୁଣ୍ଡ ଗୁଣ୍ଡିକୁ ଅଲଗା କରି ଦେଇଥିଲେ । ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ୩ ଜଣଙ୍କ ମୃତଦେହକୁ ଜଙ୍ଗଲରେ ପିଙ୍ଗି ଦେଇଥିଲା । ତେବେ ମୃତ ଡୁଗୁଲୁଙ୍କ ସାନ ଝିଅ ସ୍କୁଲରୁ ଫେରି ବାପାମା' ଓ ବଡ ଭଉଣୀକୁ ଘରେ ନ ପାଇ ବ୍ୟସ୍ତ ହୋଇପଡିଥିଲା । ଚାରିଆଡେ ବାପାମା’ ଓ ଭଉଣୀକୁ ଖୋଜାଖୋଜି କରିଥିଲା, ହେଲେ ପାଇ ନଥିଲା । ପରେ ନିଜର କାକାଙ୍କ ପୁଅକୁ ସବୁ କଥା ଜଣାଇଥିଲା । ପରେ ଉଭୟ ଥାନାରେ ଯାଇ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପରେ ଜଙ୍ଗଲରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ପଡିଥିବା ପୁଲିସ ଦେଖିବାକୁ ପାଇଥିଲା । ସମସ୍ତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ ଯିବ । ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।