ମତୁଆ ଧର୍ମରେ ଶୁଦ୍ଧିକ୍ରିୟା କରିବାରୁ ଧମକ
ମାଲକାନଗିରି : ନିଜ ସ୍ୱାମୀଙ୍କ ମୃତୁ୍ୟ ପରେ ଅମର ଆତ୍ମାର ସଦଗତି ପାଇଁ ମତୁଆ ଧର୍ମ ଅନୁଯାୟୀ ଶେଷ କ୍ରିୟା କରିଥିଲେ । ତେବେ ମତୁଆ ଧର୍ମର ରୀତିନୀତି ଅନୁଯାୟୀ ସ୍ୱାମୀଙ୍କ ଶେଷ କ୍ରିୟାବାରୁ କିଛି ଅନ୍ୟ ଧର୍ମର ଲୋକେ ପହଞ୍ଚି ଜୋର ଜବରଦସ୍ତ ମୃତକଙ୍କ ପରିବାର ଲୋକଙ୍କ ମାଡ ମାରି ଧମକ ଦେବା ସହ ପୁନଃ ନିଜ ଧର୍ମର ରୀତି ନୀତି ଅନୁଯାୟୀ ଶେଷ କ୍ରିୟା କରାଇଥିବା ବେଳେ ଏନେଇ ପୀଡିତ ପରିବାର ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛି । ସେହିପରି ଏହି ଘଟଣାକୁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବିରୋଧ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇ ପୀଡିତ ପରିବାରକୁ ନ୍ୟାୟ ଦେବାକୁ ଅନୁରୋଧ କରିଛି । ମାଲକାନଗିରି ଜିଲ୍ଲା କାଳିମେଳା ନିବାସୀ ନନି ଗୋପାଳ ବିଶ୍ୱକ୍ଷସଙ୍କ ମୃତୁ୍ୟ ତା ୧୭.୦୫.୨୦୨୫ ରିଖରେ ହୋଇଥିଲା । ତାଙ୍କ ତିରୋଧାନ ପରେ ପରିବାର ବର୍ଗର ଲୋକମାନେ ସେମାନେ ଦୀକ୍ଷିତ ହୋଇଥିବା ମତୁଆ ଧର୍ମକ୍ଷନୁଯାୟୀ କ୍ରିୟା କର୍ମ କରିଥିଲେ । ଶ୍ରଦ୍ଧାଞ୍ଜଳି ଭୋଜି ଆୟୋଜନ ବେଳେ ହଠାତ ଉତ୍ତମ ଓଝା ନାମକ ବ୍ୟକ୍ତି ପ୍ରାୟ, ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ନେଇ ଭୋଜି ସ୍ଥଳକୁ ଯାଇ ଜୋର ଜବରଦସ୍ତି ଟେଣ୍ଟ ବାହାର କରି ଜିନିଷ ପତ୍ର ଫିଙ୍ଗା ଫିଙ୍ଗି କରି ଅସଭ୍ୟ ଭାଷାରେ ଗକ୍ଷଳିଗୁଳଜ କରିବା ସହ ମାରଧର କରିଥିଲେ । ମତୁଆ ଧର୍ମର କେନ୍ଦ୍ରୀୟ କମିଟି ସଧାରଣ ସମ୍ପାଦକ ଅନୀମେଶ ମଣ୍ଡଳ ଓ ରବୀନ୍ଦ୍ର ନାଥ ବିଶ୍ୱାସଙ୍କୁ ମଧ୍ୟ ମାରିଦେବା ପାଇଁ ଧମକ ଦେଇ ଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ବୁଝା ସୁଝା କରିଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ମାନସିକ ଚାପ ମଧ୍ୟରେ ରହିଥିଲେ । ପୁଲିସ ଏଦିଗରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହେଉଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
