ନନ୍ଦନକାନନ ଆସିଲା ୨୬ ପଶୁପକ୍ଷୀ

ବାରଙ୍ଗ: ହାଇଦ୍ରାବାଦରୁ ନନ୍ଦନକାନନ ଆସିଲା ୨୬ ପଶୁପକ୍ଷୀ । ପ୍ରାଣୀଉଦ୍ୟାନ ନନ୍ଦନକାନନ ଓ ହାଇଦ୍ରାବାଦ ନେହେରୁ ଯୁଲୋଜିକଲ ପାର୍କ ମଧ୍ୟରେ ପଶୁପକ୍ଷୀ ଅଦଳ ବଦଳ ପ୍ରକିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଏକ ୧୭ଜଣିଆ ଦଳ ୨୬ଟି ପଶୁପକ୍ଷୀଙ୍କୁ ସାଙ୍ଗରେ ଧରି ନନ୍ଦନକାନନରେ ପହଞ୍ଚôଛନ୍ତି । ସେଗୁଡିକ ମଧ୍ୟରେ ରହିଛନ୍ତି ୨ସାରସ ପକ୍ଷୀ, ୨ଚାମଚଥଣ୍ଟିଆ ଗେଣ୍ଡାଲିଆ, ୨ ଧୂସର ଜଙ୍ଗଲୀ କୁକୁଟ, ୨ମାଇ ଇଗୁଆନା, ୨ହଳ ଧଳା କପୋତ, ୨ହଳ ହଗ୍ ଡିଅର, ୨କୁଜି ହରିଣ, ୨ନାଲି ବାଲିବୋଡା, ୨ବାଲିବୋଡା, ୨ଅଣ୍ଡିରା ଗୋଲାଞ୍ଜି ମାଙ୍କଡ ଏବଂ ୨ ବୋଡାସାପକୁ ମିଶାଇ ସମୁଦାୟ ୧୯ପଶୁପକ୍ଷୀ ନନ୍ଦନକାନନକୁ ଆସି ପହଞ୍ଚôଛି । ଏହି ନୂଆ ଅତିଥି ଆସିବା ପରେ ସେମାନଙ୍କୁ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇ ରଖାଯାଇଛି । ତେବେ ଏହାର ପ୍ରତିବଦଳରେ ନନ୍ଦନକାନନରୁ ୩ ସିଆମିଜ୍ କୁମ୍ଭୀର, ୪ସୁବର୍ଣ୍ଣ କୁକୁଟ୍, ୨ଲେଡି ଆମରେଷ୍ଟ କୁକୁଟ, ୨ହଗ୍ ଡିଅର,୨କୁଜି ହରିଣକୁ ମିଶାଇ ୧୩ଟି ପଶୁପକ୍ଷୀ ହାଇଦ୍ରାବାଦକୁ ଯିବ । ତେବେ ଏହି ଅଦଳବଦଳ ପ୍ରକିୟା ଯୋଗୁ ବଂଶ ଗତ ଓ ରକ୍ତ ସମ୍ପର୍କରେ ପରିବର୍ତ୍ତନ ଆଣିବା ଏହାସହ ଏକୁଟିଆ ଥିବା ପଶୁପକ୍ଷୀ ସେମାନଙ୍କ ସାଥୀ ପାଇପାରିବେ । ଆଜିର ଅଦଳବଦଳ ପ୍ରକିୟାରେ ନନ୍ଦନ କାନନରେ ଧୂସର ଜଙ୍ଗଲୀ କୁକୁଟ ପ୍ରଜାତି ନୂଆ ବୋଲି ନନ୍ଦନକାନନ କର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।