୨୫ କୋଟି ରାଜସ୍ୱ ଆଦାୟ କଲା ନନ୍ଦନକାନନ

ଭୁବନେଶ୍ୱର : ୨୦୨୪-୨୫ ଆର୍ଥôକ ବର୍ଷରେ ରେକର୍ଡ ଭାଙ୍ଗି ୩୯,୫୨,୦୯୭ ପରିଦର୍ଶକଙ୍କୁ ସ୍ୱାଗତ କରିଥିଲା ନନ୍ଦନକାନକ । ଯାହା ସମସ୍ତ ଉତ୍ସରୁ ମୋଟ ୨୫.୩୭ କୋଟି ଟଙ୍କା ରାଜସ୍ୱ ଆଣିଛି । ଯାହା ଏହାର ଇତିହାସରେ ସର୍ବାଧିକ । ମୋଟ ପରିଦର୍ଶକଙ୍କ ମଧ୍ୟରୁ, ୩୭,୭୧,୯୮୦ ଜଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ ଏବଂ ୧,୮୦,୧୧୭ ଜଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଥିଲେ । ଆର୍ଥôକ ବର୍ଷର ପରିଦର୍ଶକଙ୍କ ମଧ୍ୟରେ ୩୨,୩୨,୧୨୬ ଜଣ ବୟସ୍କ, ୭,୧୯,୧୭୮ ଜଣ ପିଲା ଏବଂ ୭୯୩ ଜଣ ବିଦେଶୀ ନାଗରିକ ଥିଲେ । ପରିଦର୍ଶକଙ୍କ ପ୍ରବେଶ ଶୁଳ୍କ, ପାର୍କିଂ, କ୍ୟାମେରା ଶୁଳ୍କ ଇତ୍ୟାଦିରୁ ୧୬.୩୫ କୋଟି, ବାହ୍ୟ ସୁବିଧାରୁ ୫.୮୭ କୋଟି, ପ୍ରାଣୀ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମରୁ ୩.୧୫ କୋଟି ଟଙ୍କା ନନ୍ଦନକାନନ ରାଜସ୍ୱ ଆୟ କରିଛି ।