କାର୍ ଦୁର୍ଘଟଣାଗ୍ରସ୍ତ
ନିଶ୍ଚିନ୍ତକୋଇଲି : ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଛକ ଠାରେ ଏକ କାର୍ (ଓଆର୦୨ବିଡବ୍ଲୁ୩୦୩୭) ଦୁର୍ଘଟଣା ଗ୍ରସ୍ତ ହୋଇଛି । ପ୍ରକାଶ ଯେ, ସ୍ଥାନୀୟ ବାହାବଳପୁର ଗ୍ରାମର ସେକ୍ ମୁସ୍ତାକ୍ ଇଦ୍ ପର୍ବ ଅବସରରେ ଁ କାର ଚଲାଇ ଯାଉଥିବାବେଳେ ଭାରସାମ୍ୟ ହରାଇ ନିଶ୍ଚିନ୍ତକୋଇଲି ବ୍ଲକ ଛକରେ ଥିବା ଏକ ଏଟିଏମ୍ କାଉଣ୍ଟର ସମ୍ମୁଖରେ ରହିଥିବା ବୋର୍ଡ଼କୁ ଧକ୍କା ଦେଇ ପରେ ସ୍କୁଟି ଉପରେ ମାଡିଯାଇଥିଲା । ସରପଡ଼ା ପଂଚାୟତ ବୋଧଙ୍ଗ ଗ୍ରାମର ସୁପ୍ରଭ କୁମାର ଷଢଙ୍ଗୀ ନାମକ ବ୍ୟକ୍ତି ତାଙ୍କ ସ୍କୁଟି ରଖି ଏଟିଏମ୍ ଭିତରକୁ ଯାଇଥିବାରୁ ଏହି ଦୁର୍ଘଟଣାରୁ ସେ ରକ୍ଷା ପାଇଯାଇଥିଲେ । ହେଲେ ତାଙ୍କର ସ୍କୁଟିଟି ଭାଙ୍ଗି ଚୁରମାର୍ ହୋଇଛି । ଅନ୍ୟପଟେ ଆହତ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ । ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ କୌଣସି ମୋକଦ୍ଦମା ରୁଜୁ ହୋଇନଥିôବା ଜଣାଯାଇଛି ।