ଏଲନ ମସ୍କଙ୍କ ପିଲାମାନଙ୍କୁ ଏହି ଉପହାର ଦେଲେ ମୋଦି
 
                                ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ଭବ୍ୟ ସ୍ବାଗତ କରାଯାଇଛି। ଗୁରୁବାର ଭାରତୀୟ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଭେଟିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସ୍ପେସଏକ୍ସ ଏବଂ ଟେସଲା ଭଳି କମ୍ପାନୀର ମାଲିକ ଏଲନ ମସ୍କ, ତାଙ୍କ ସ୍ତ୍ରୀ ଶିବନ ଜିଲିସ ଏବଂ ତିନି ପିଲାଙ୍କୁ ମଧ୍ୟ ଭେଟିଛନ୍ତି। ଏହି ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କୁ ଭାରତୀୟ ସାହିତ୍ୟର କିଛି ପୁସ୍ତକ ଉପହାର ଦେଇଛନ୍ତି। ଏହି ପୁସ୍ତକଗୁଡ଼ିକର ନାମ ଜାଣିଲେ ଆପଣଙ୍କ ଛାତି ଗର୍ବରେ ପୂର୍ଣ୍ଣ ହୋଇଯିବ। ପ୍ରକୃତରେ, ରବିନ୍ଦ୍ରନାଥ ଟାଗୋରଙ୍କ ‘ଦି କ୍ରେସିଣ୍ଟ ମୁନ, ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ଏବଂ ଦି ଗ୍ରେଟ ଆରକେ ନାରାୟଣ କଲେକ୍ସନ ପ୍ରଧାନମନ୍ତ୍ରୀ ମସ୍କଙ୍କ ପିଲାମାନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋଗୁଡ଼ିକରେ ପିଲାମାନେ ଏହି ପୁସ୍ତକଗୁଡ଼ିକ ପଢ଼ୁଥିବାର ଦେଖାଯାଉଛି।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
