ମହାନଦୀବିହାରକୁ ଗଡିଲା "ଆମ ବସ'

 କଟକ  : ଆଜି ଆର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମହାନଦୀବିହାରକୁ “ଆମ ବସ” ୮୬ ଓ ୮୭ ନଂ ସେବାର ଶୁଭାରମ୍ଭ ହୋଇଛି । ମହାନଦୀବିହାର ସ୍ଥିତ ବାଜପେୟୀ ଛକଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ କଟକ ବିଧାନସଭାର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ଚିରଞ୍ଜିବୀ ଖଣ୍ଡାୟତରାୟ, ଭଗବାନ ବିଶ୍ୱାଳ, ଜଗଦାନନ୍ଦ ତି୍ରପାଠୀ, ହିମାଂସୁ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ମହାନଦୀବିହାର ବାସୀଙ୍କ ବହୁଦିନର ଆଶା ପୂରଣ ହୋଇଥିବାରୁ ଏଥିପାଇଁ ମହାନ୍ତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।