କ୍ରିଏଟରଙ୍କୁ ନୋଟିସ୍ ଜାରି : ଥମୁନି ୟୁଟ୍ୟୁବରଙ୍କ ଅଶାଳୀନ ମନ୍ତବ୍ୟ ପ୍ରଂସଗ

କ୍ରିଏଟରଙ୍କୁ ନୋଟିସ୍ ଜାରି : ଥମୁନି ୟୁଟ୍ୟୁବରଙ୍କ ଅଶାଳୀନ ମନ୍ତବ୍ୟ ପ୍ରଂସଗ

 ସୋ ନାଁ ସୀମାର ପାର୍ । ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏନଏଚଆରଚିଙ୍କ ନିର୍ଦେଶ ଓ ପୁଲିସର ତଦନ୍ତ ପରେ ଏବେ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌ର ସମସ୍ତ ଏପିସୋଡ୍‌ ଡିଲିଟ୍‌ କରିଛନ୍ତି ସମୟ ରୈନା । ଅନ୍ୟପଟେ ବିବାଦକୁ ନେଇ ନୀରବତା ଭାଙ୍ଗିଛନ୍ତି ସମୟ ।  ସେ କହିଛନ୍ତି, ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା । ସେ ଆହୁରି ବି କହିଛନ୍ତି କି, ଚ୍ୟାନେଲ୍‌ରୁ ସମସ୍ତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଭିଡିଓ ହଟାଇ ଦିଆଯାଇଛି । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌ର ଶେଷ ଏପିସୋଡ୍ ପ୍ରସାରିତ ହେବାର ତିନି ଦିନ ପରେ ରାଇନାଙ୍କ ମନ୍ତବ୍ୟ ଆସିଛି । ସେପଟେ ମୁମ୍ବାଇ ପୁଲିସ ସୈମୟ ରୈନାଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି । ସେହିପରି ଗୁଜରାଟରେ ସୈମଙ୍କ ସୋ ମଧ୍ୟ ବାତିଲ କରିଦିଆଯାଇଛି । ବିବାଦ ଉଗ୍ର ରୂପ ନେଉଥିବାରୁ ୟୁଟ୍ୟୁବରଙ୍କ ଘର ଆଗରେ ପୁଲିସ ମୁତୟନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।