ବନ୍ଧୁମିଳନ ଓ ଚାରାରୋପଣ କାର୍ଯ୍ୟକ୍ରମ
ପାରାଦୀପ: ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ବଜାର ନିକଟସ୍ଥ ବାନ୍ଧକୁଦ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ରହ୍ମାଣୀଙ୍କ ପୀଠରେ ବନ୍ଧୁମିଳନ ଓ ଚାରା ରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ତଥା ବିଶିଷ୍ଟ ସ୍ତମ୍ଭକାର ଅକ୍ଷୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ଙ୍କ ପୀଠରେ ଚାରା ରୋପଣ କରି ଠାକୁରାଣୀଙ୍କ ପୀଠକୁ ସବୁଜମୟ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ କବି ଡ଼ଃ. କିଶୋର କୁମାର ଜେନା, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସ୍ୱାଇଁ, ଡା. ରବୀନ୍ଦ୍ର କୁମାର ସ୍ୱାଇଁ, ସମାଜସେବୀ ପ୍ରମୋଦ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୋଜକ ମାନଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ରାଧାଶ୍ୟାମ ସୁତାର, ଅଶୋକ କୁମାର ସେଠୀ ପରିଚାଳନା କରିଥିବା ବେଳେ ଠାକୁରାଣୀଙ୍କ ସେବକ ପାପୁନି ମିଶ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ରାଉତ ସମ୍ବର୍ଦ୍ଧିତ କରିଥିଲେ ।