ଟେଣ୍ଟ ମାଲିକ ସଂଘର ବାର୍ଷିକ ଉସôବ
ଜଗତସିଂହପୁର : ଜଗତସିଂହପୁର ସଦର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ମା’ଶାରଳା ଟେଣ୍ଟ ଆଣ୍ଡ ଲାଇଟ୍ ସାଉଣ୍ଡ ଡେକୋରେଟର ମାଲିକ ସଂଘର ୨୦ ତମ ବାର୍ଷିକ ଉସôବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଧ୍ୟକ୍ଷ ଅଟଳ ବିହାରୀ ଜେନା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ଜେନା, କଟକ ଜିଲ୍ଲା ସଭାପତି ରବୀନ୍ଦ୍ରନାଥ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଜଗନ ଜେନା, ସର୍ବଭାରତୀୟ ସଭ୍ୟ ପ୍ରଭାତ କୁମାର ସାହୁ, କଟକ ଚେୟାରମ୍ୟାନ ସରୋଜ କାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରାଜ୍ୟର ସମସ୍ତ ଟେଣ୍ଟ ଆଣ୍ଡ ଲାଇଟ୍ ସାଉଣ୍ଡ ମାଲିକ ମାନଙ୍କର ସମସ୍ୟା ଉପରେ ଆଲୋଚନା କରିବା ସହିତ ସମସ୍ତ ମାଲିକ ମାନେ ଏକାଠି ରହିଲେ ବିଭିନ୍ନ କ୍ଷେତ୍ରରେ ଥିବା ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ବୋଲି କହିଥିଲେ ।