ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ କେନ୍ଦୁଝରଗଡର ସଫଳତା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ଶିକ୍ଷାବର୍ଷ ୨୦୨୪-୨୫ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡରେ ୯ ଜଣ ଯଥା ସୁଚିସ୍ମିତା ମହାନ୍ତ ୯୫.୫ ଶତକଡା, ଦେବଶ୍ମିତା ସାହୁ ୯୫ ଶତକଡା, ଅଭିଲିପ୍ସା ବାରିକ୍ ୯୩.୩୩ ଶତକଡା, ମୌସୁମୀ ମଧୁସ୍ମିତା ଜେନା ୯୩.୩୩ ଶତକଡା, ସାଇପ୍ରିତମ୍ ରଣା ୯୨.୬୭ ଶତକଡା, ମମି ନାଏକ ୯୧.୮୩ ଶତକଡା, ଶଶିରେଖା ଜେନା ୯୧.୫ ଶତକଡା, ଆୟୁଷ୍ମାନ ଜେନା ୯୧.୩୩ ଶତକଡା ଓ ଶିଖାରାଣୀ ଜେନା ୯୦.୬୭ ଶତକଡା ନମ୍ବର ରଖି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ଏ-୨ ଗ୍ରେଡରେ ୨୭ ଜଣ, ବି-୧ ଗ୍ରେଡରେ ୩୮ ଜଣ, ବି-୨ ଗ୍ରେଡରେ ୫୨ ଜଣ, ସି ଗ୍ରେଡରେ ୨୭ ଜଣ, ଡି ଗ୍ରେଡରେ ୭ ଜଣ ଓ ଇ ଗ୍ରେଡରେ ୨ ଜଣ ମୋଟ ୧୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ସଫଳତା ବଜାଇ ରଖିବା ସହିତ ସୁନାମ ଅର୍ଜନ କରିଛନ୍ତି । ବିଦ୍ୟାଳୟର ଶହେ ଶତକଡା ପାସହାର ପାଇଁ ପରିଚାଳନା ସମିତି, ଗୁରୁଜୀଗୁରୁମା, ଅଭିଭାବକ, ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଅଛନ୍ତି ।