ପୌରାଣିକ ନାଟକ ପରିବେଷଣ 

 ଢେଙ୍କାନାଳ :  ଇଶୋ ବିଶ୍ୱକୁନ୍ତଳ ଶିଶୁଗୃହ ମହୁଲପଡା, ଢେଙ୍କାନାଳ ଠାରେ ସାରଳା ମହାଭାରତ ଅନୁସରଣରେ ଗୀତିନାଟ୍ୟ "ଶ୍ରୀକୃଷ୍ଣ ଜଗନ୍ନାଥ' ଶିଶୁଗୃହର ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଛି । ନାଟକରେ ଶ୍ରେଷ୍ଠ କଳାକାର ଭାବରେ ଶବର ରାଜା ଗାୟତ୍ରୀ ଦେହୁରୀଙ୍କୁ ପୁରସ୍କୃତ କରାଗଲା । ଅନୁଷ୍ଠାନିକ ଭାବରେ ଇଶୋ ସମ୍ପାଦିକା ଏକ ସଭା ପରିଚାଳନା କରି ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପୌରାଣିକ ନାଟକ କିପରି ବିଲୁପ୍ତ ହୋଇଯାଇଛି ତା’ ଉପରେ ଆଲୋଚନା ସହିତ ନୂତନପିଢ଼ି ଆଗକୁ ବଜାୟ ରଖିବା ପାଇଁ ଦିଗଦର୍ଶନ ଦେଇଥିଲେ । ନାଟକ ରଚନାର ନିଦେ୍ର୍ଦଶକ ହାବାର୍ଡ ୟୁନିଭରସିଟିର ଅବସରପ୍ରାପ୍ତ ପ୍ରଫେସର ବିଜୟ ମୋହନ ମିଶ୍ର ମୁଖ୍ୟଅତିଥି, ସାଗରମଲ ଅଗ୍ରୱାଲ, ସରିତା ଅଗ୍ରୱାଲ, ସୁଶ୍ରୀ ଶୈଳବାଳା ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୀତିନାଟ୍ୟ ସହନିଦେ୍ର୍ଦଶକ ସର୍ବେଶ୍ୱର ମଲିକ ଓ ପ୍ରେମ ଲତା ଦାସଙ୍କ ସହିତ ଶିଶୁଗୃହର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।