ଭଉଣୀର ରକ୍ଷାବନ୍ଧନ ରହିଗଲା ଅଧାବାଟରେ! ଦୁର୍ଘଟଣାରେ ମହିଳାଙ୍କ ଗୋଡ଼ କଟିଲା


ାା ପ୍ରଭାନୁ୍ୟଜ୍ ।ା ତାଳଚେର : ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥରେ ଆଉ କେତେ ଦୁର୍ଘଟଣା ଘଟିଲେ ସରକାର ତଥା ପ୍ରଶାସନର କୁମ୍ଭକର୍ଣ୍ଣନିଦ୍ରା ଭାଙ୍ଗିବ ତାକୁ ନେଇ ତାଳଚେର ଅଂଚଳବାସୀଙ୍କ ମନରେ ଉଦବେଗ ପ୍ରକାଶ ପାଇବା ସହିତ ଆଗାମୀ ଦିନରେ ଏହାକୁ ନେଇ ଆନେ୍ଦାଳନର ଦାନାଦାନ୍ଧିବା ଆରମ୍ଭ କଲାଣି । ଘଟଣାରୁ ପ୍ରକାଶ ଆଜି ବହ୍ଲର ଗ୍ରାମର ବିସ୍ମିତା ସିଂହସାମନ୍ତ ତାଙ୍କ ସ୍ୱାମୀ ମାନସ ମୋହନ ପଟ୍ଟନାୟକଙ୍କ ସହ ଓଡ଼ି ୧୯ଡ଼ବ୍ଲୁ- ୧୩୮୩ ସ୍କୁଟି ଯୋଗେ ଚାଇଁପପାଳ ସ୍ଥିତ ନିଜ ଭାଇଙ୍କ ଘରକୁ ଯାଉଥିବା ବେଳେ ବହ୍ଲରଛକ ଠାରେ ଏକ ଟ୍ରକ ଓଡ଼ି ୩୫ ଜିବି- ୧୦୯୩ ଦ୍ରୁତଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲା । ସେମାନେ ଛିଟିକି ପଡ଼ି ଅଳ୍ପକେ ମୃତୁ୍ୟ ମୁଖରୁ ବଂଚିଯାଇଥିବା ମଧ୍ୟ ମହିଳାଙ୍କ ଡ଼ାହାଣ ଗୋଡ଼ ଉପରେ ଟ୍ରକଟି ଚଢ଼ି ଯାଇଥିବା ଫଳରେ ତାଙ୍କର ଡ଼ାହାଣ ଗୋଡ଼ଟି ହରାଇଥିବା ଜଣାପଡ଼ିଛି । ସେଠାରେ ସାମାଜିକ କର୍ମୀ ମହାଦେବ ଦାସ ଏବଂ ସନ୍ଥପଡ଼ାର ସରପଞ୍ଚ ସହଦେବ ସାହୁ ପଂହଚି ସେମାନଙ୍କୁ ଉଦ୍ଧାର କରି ଅନୁଗୋଳ ଡ଼ାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥବା ଜଣାପଡ଼ିଛି । ଏହି ଖବର ପ୍ରଚାରିତ ହେବାପରେ ସେଠିକାର ଅଂଚଳବାସୀ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିବା ସହ ରାସ୍ତାରୋକ ଆନେ୍ଦାଳନ କରିଥିଲେ ଏବଂ ରାସ୍ତାର ଉଭୟ ପାଶ୍ୱର୍ରେ ସହସହ ଟ୍ରକ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ସେହି ବହ୍ଲର ନିକଟସ୍ଥ ସନ୍ଥପଡ଼ା ବ୍ରାହ୍ମଣୀବି୍ରଜ୍ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଜୈନିକ ବ୍ୟକ୍ତିଙ୍କୁ ଧକ୍କାଦେବା ଫଳରେ ଘଟଣା ସ୍ଥଲରେ ତାଙ୍କର ମୃତୁ୍ୟ ବରଣ ଘଟଣା ମନରୁ ନଲିଭୁଣୁ ଆଜି ଏହାର ପୁନରାବୃତି ଘଟିବା ଘଟଣା ଏହି ୧୪୯ ନମ୍ବର ଜାତୀୟ ରାଜପଥରେ ସାଧାରଣ ଜନତା ଯାତାୟତ କରିବା କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ପ୍ରମାଣିତ ।