ବଢୁଛି ବେଆଇନ ଭୌତିକ ଚିକିତ୍ସା କେନ୍ଦ୍ର : ନାହିଁ ନଥିପତ୍ର କି ନାହାନ୍ତି ଡାକ୍ତର, ବିପଦରେ ରୋଗୀ 

 ଯାଜପୁର : ଆଜିକାଲି ଯେଭଳି ବାଟେ ଘାଟେ ଓଠାଦୋକାନୀ ବସୁଛନ୍ତି, ଠିକ୍ ସେହିପରି ଚିକିତ୍ସା ସେବା କେନ୍ଦ୍ରମାନ ଖୋଲିବାରେ ଲାଗିଛି । ବିଭିନ୍ନ ପ୍ରକାରର ରୋଗୀଙ୍କ ସଂଖ୍ୟା ବଢିବାକୁ ଦେଖି ସେବାକେନ୍ଦ୍ର ମାନ ଖୋଲି ଚାଲିଥିଲେ ହେଁ ବାସ୍ତବାରେ ସେବା କେନ୍ଦ୍ର କେଉଁ ଡାରକ୍ତଙ୍କୁ ନେଇ ଚାଲୁଛି ତାହା ଖୋଜାପଡ଼ୁନି । ପ୍ରଶାସନୀକସ୍ତରରେ ଏହାକୁ ନେଇ ସେଭଳି କୌଣସି କଟକଣା ଲାଗୁ ହେଉନଥିବାରୁ ମାତ୍ରା ବଢିବାରେ ଲାଗିଛି । ଭୌତିକ ଚିକିସôା ସେବା ଏଥିରୁ ବାଦ ପଡ଼ିନି । ହାଡ଼ଗୋଡ଼ ଭଙ୍ଗା ରୋଗୀ ହୁଅନ୍ତୁ କି ଶରୀର ପିଡ଼ାରେ ପିଡ଼ିତ ରୋଗୀଙ୍କୁ ସଚଳକରିବାକୁ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଯେତିକି ସ୍ୱିକୃତିପ୍ରାପ୍ତ ଭୌତିକ ଚିକିସôା କେନ୍ଦ୍ର ବା ଫିଜିଓଥୋରାପି ଖୋଲାଯାଇଛି । ବେଆଇନ ଭାବେ ସଂଖ୍ୟା ଢେର ଅଧିକ ହେବ । ସେଉଁ ଚିକିସôା କେନ୍ଦ୍ରର କିଛି ନଥିପତ୍ର ନଥିବା ବେଳେ ଡାକ୍ତର ଉପଲବ୍ଧ ନୁହନ୍ତି  କେବଳ ରୋଗୀଙ୍କ ଠାରୁ ଲୁଟିବାକୁ ଏହାକୁ ଭଲବାଟ ଭାବେ ଆପଣାଇଛନ୍ତି । ଆଉ ଏକ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଜଣାପଡ଼ିଯାଉଥିବା ବେଳେ ରୋଗୀଙ୍କ ସୁରକ୍ଷାକୁ ବିଭାଗ ଅବହେଳା କରିଚାଲିଛି ।
ଯଦି ଦେଖିବ ବ୍ୟାସନଗର ପୌରାଞ୍ଚଳ ଠାରୁ ଜିଲମୁଖ୍ୟାଳୟ ପର୍ଯ୍ୟନ୍ତ ଭୋ÷ତିକ ଚିକିସôା କେନ୍ଦ୍ରମାନ ଖୋଲିଛି । ଆଉ ସେଥିରୁ ଅଧିକାଂଶ ବେଆଇନ ଭାବରେ ଚାଲିଥିବା ଅଭିଯୋଗ ଆସିଛି । ଅନୁଧ୍ୟାନରୁ ଜଣାପଡ଼ିଛି ବ୍ୟାସନଗର ପୌରାଂଚଳରେ ୧୦ ଗୋଟି ସେବା କେନ୍ଦ୍ର ରହିଥିଲେ ବି ୭ଟିରେ ନା ପଞ୍ଜିକରଣ ଅଛି, ନା ବିପିଟି/ଏଲପିଟି ପ୍ରମାଣିତ ଡାକ୍ତର ଅଛନ୍ତି ।  ସ୍ଥାନୀୟ ସୂତ୍ରଙ୍କ କହିବା ଅନୁସାରେ କେହି କେବଳ ୬ମାସର ଟ୍ରେନିଙ୍ଗ୍, କେହି ୟୁଟୁଭ ଭିଡିଓ ଦେଖି ‘ଡାକ୍ତର’ ବନି ବସିଛନ୍ତି । ପ୍ରମାଣିତ ଡାକ୍ତର ବିନା ଏମିତି ଚିକିତ୍ସା କେନ୍ଦ୍ର ଚଲାଇବାକୁ ଲୋକଙ୍କ ଜୀବନ ସହ ଖେଳ ବୋଲି ଅଭିଜ୍ଞମାନେ କହିଛନ୍ତି । ଭୁଲ୍ ଫିଜିଓଥେରାପି ଚିକିତ୍ସାର ଫଳରେ ସ୍ନାୟୁ କ୍ଷତି, ଅଙ୍ଗଭଙ୍ଗ, ହୃଦ୍ରୋଗୀଙ୍କ ପାଇଁ ମାରଣାନ୍ତକ ବିପଦ ସୃଷ୍ଟି ହେବାର ସମ୍ଭାବନା ଥାଏ । 
ଜଣେ ରୋଗୀଙ୍କ ସମ୍ପର୍କୀୟ ନାମ ପ୍ରକାଶ ନକରି ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ସମ୍ପର୍କୀୟଙ୍କୁ ପ୍ରମାଣିତ ଡାକ୍ତର ଭାବି ଯାହାଙ୍କ ପାଖରେ ଚିକିତ୍ସା ପାଇଁ ନେଇଥିଲେ । ପରେ ଜାଣିଲୁ ସେ କେବଳ ଟ୍ରେନିଙ୍ଗ୍ କରିଥିବା ଲୋକ ତାଙ୍କ ପାଖରେ କୌଣସି ଜାକ୍ତରୀ ଡିଗ୍ରୀ ନାହିଁ ବୋଲି ।  ମୋ ପରିଚିତଙ୍କ ପାଦରେ ଭୟଙ୍କର ସମସ୍ୟା ହେଲା । ପ୍ରମାଣିତ ବିପିଟି  କିମ୍ବା ଏମପିଟି ଡିଗ୍ରୀ ବିନା କେହି ‘ଫିଜିଓଥେରାପିସ୍ଟ’ ନାମରେ ଚିକିତ୍ସା କରିବା ଅବୈଧ । ତଥାପି ବ୍ୟାସନଗର ସହ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ  ବିନା କୈାଣସି ବାଧାରେ ଏହି ବେଆଇନ କାରବାର ଚାଲିଛି । କେବଳ ବେଆଇନ କେନ୍ଦ୍ର ଭିତରେ ଏହା ଅଟକି ଯାଇନି । କାନ୍ଧରେ ବ୍ୟାଗ ପକାଇ ନିଜକୁ ଡ଼ାକ୍ତର ବୋଲି କହି ଅନେକ ଘରୋଇ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଅଳ୍ପମୂଲ୍ୟରେ ଘରେ ସେବା ପାଇବା ଆଗ୍ରହି ଉପଯୁକ୍ତ ଚିକିସôା ପାଇପାରୁଛନ୍ତି କି ତାହାକୁ ଭୁଲିଯାଉଛନ୍ତି । ଏକ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ କାହିଁକି ଚୁପ ଉଠୁଛି ପ୍ରଶ୍ନବାଚୀ କରିଛି । ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇଦେଇଥିବା ଏହି ଅବୈଧ ଭୌତିକ ଚିକିତ୍ସା ବିରୋଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବ ଦେଖିବାକୁ ବାକି ରହିଲା ।