ଦେବ ଇଣ୍ଟରନ୍ୟାସନାଲ ସ୍କୁଲରେ ହିନ୍ଦୀ ଦିବସ ପାଳିତ

 ବ୍ୟାସନଗର : ପୈାରାଂଚଳ କୁସୁନପୁର ସ୍ଥିତ ଦେବ ଇଣ୍ଟରନ୍ୟାସନାଲ ସ୍କୁଲରେ ହିନ୍ଦୀ ଦିବସ ପାଳିତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ହିନ୍ଦୀ ହେଉଛି ଏକ ଇଣ୍ଡୋ ଆର୍ୟ୍ୟଭାଷା । ଯାହା ଦେବନଗରୀ ଲିପିରେ ସରକାରୀ ଭାଷା ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୀ ଦିବସ ସମର୍ପିତ । ହିନ୍ଦୀ ଦିବସରେ ରାଷ୍ଟ୍ର ଭାଷାର ମହତ୍ୱକୁ ଆଖି ଆଗରେ ରଖି ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରଥମେ ଚିତ୍ରାଙ୍କନ, ରଚନା ଆଉ ତା ପରେ ଭାଷଣ ଓ ସ୍ୱବାଚନ ଭଳି ପ୍ରତିଯୋଗିତା କରାଯାଇଥିଲା । ସଭାରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଦିବସ ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ହିନ୍ଦୀ ବିଭାଗ ପ୍ରମୁଖ ତଥା ମାନବାଧିକାର ଓ ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ କାର୍ୟ୍ୟ ପରିଚାଳନା କରିଥିଲେ । ଅଳ୍ପ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା । କଳା ବିଭାଗର ଅଧ୍ୟାପକ ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା ସାଜସଜ୍ଜା ତଥା ଚିତ୍ରାଙ୍କନ ପ୍ରତିଯୋଗିତାର ଦାୟିତ୍ୱ ନିର୍ବାହ କରିଥିଲେ । ଭାଷଣ, ଚିତ୍ରାଙ୍କନ, ରଚନା ଲେଖନ ଆଦି ପ୍ରତିଯୋଗିତାରେ ଶିକ୍ଷୟତ୍ରୀ ଶୀତଳ ବେରାଗଡେ, ସୁପ୍ରିୟା ପ୍ରଧାନ, ନୀମା ଦାସ , ସରିତା ଗୁପ୍ତା, ପୁନମ କୌର, କେ ଜ୍ୟୋତି, ବିଶ୍ୱଜିତ ପଣ୍ଡା ଆଦି ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଉପସ୍ଥିତ ଛାତ୍ରଛାତ୍ରୀଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।