ଚାଷୀଙ୍କ ନାଁରେ ଋଣ ଉଠାଇ ଅର୍ଥ ଆତ୍ମସାତ୍!  ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଢାଲ କରି ପଦାଧିକାରୀ ମାଲେମାଲ୍

 ବିଞ୍ଝାରପୁର: ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଦଶରଥପୁର ବ୍ଲକ୍ର ନନ୍ଦିପୁର ଓ ବିରୁହା ଦୁଇ ଗୋଟି ପଚଞ୍ଚାୟତକୁ ନେଇ ରହିଛି ଗ୍ରାମ ନନ୍ଦିପୁର କୃଷି ସମବାୟ ସମିତି । ଏହି ଦୁଇ ପଞ୍ଚାୟତର ନିରୀହ ଚାଷୀଙ୍କ ନାମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଦଶରଥପୁର ଶାଖାରୁ ଋଣ କରି ଏହି ଅର୍ଥକୁ ଗ୍ରାମ ନନ୍ଦିପୁର କୃଷି ସମବାୟ ସମିତିର ସମ୍ପାଦକ ଆଉ ସଭାପତି ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଚାଷୀଙ୍କୁ ଭୁଆଁ ବୁଲାଇ ଉଇଡ୍ରାଲ ଫର୍ମରେ ଦସ୍ତଖସ୍ତ କରି ଦୁଇ ତିନି ହଜାର ଟଙ୍କା ଧରାଇ ଦେଇ ୨୦ ରୁ ୩୦ ହଜାର ଜଣେ ଜଣେ ଚାଷୀଙ୍କ ନାମରେ ମୋଟ୫୦ଲକ୍ଷରୁ ଉର୍ଦ୍ଧ ଋଣ ଟଙ୍କା ସଂପାଦକ ଆଉ ସଭାପତି ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ବିନା ଚାଷୀଙ୍କ ଉପସ୍ଥିତିରେ ଋଣ ପ୍ରଦାନ କରୁଥିବା ବ୍ୟାଙ୍କ୍ ଟଙ୍କା ଦେଉଥିବା ଅଭିଯୋଗ ହେଉଛି । ତେବେ ଏହି ହେରାଫେରିରେ ଦଶରଥପୁର ବ୍ୟାଙ୍କ୍ ଶାଖାର କ୍ଷେତ୍ର ଅଧିକାରୀ ଓ ଶାଖା ପରିଚାଳକଙ୍କ ପୁରା ଭୂମିକା ରହିଛି । କିଛି ଅର୍ଥ ହତାଗୁଞ୍ଜା ନେଇ ବ୍ୟାଙ୍କ୍ର ଏହି ଅଧିକାରୀ ସମସ୍ତ ଅର୍ଥକୁ ସମ୍ପାଦକଙ୍କ ହାତକୁ ଟେକି ଦେଉଥିବା ବେଳେ ସଭାପତିଙ୍କ ଈଶାରାରେ ଅର୍ଥ ଚଳୁ ହେଉଥିବାର ଅଭିଯୋଗ ହେଉଛି । ନୂଆ ସରକାରଙ୍କ ସମବାୟ ମନ୍ତ୍ରୀ ପଦଟି ଏହି ଜିଲ୍ଲା ହାତେଇ ଥିବା ବେଳେ, ଜିଲାରେ ସମବାୟ ସଂସ୍ଥାରେ ଏଭଳି ଦୁର୍ନୀତି ମନ୍ତ୍ରୀଙ୍କ ଦକ୍ଷତାକୁ ନେଇ ଆଙ୍ଗୁଳି ନିଦେ୍ର୍ଦଶ କରୁଛି ।