‘ପାଇକ ଆଖଡ଼ା’ ପୁସ୍ତକ ଲୋକାର୍ପିତ ଖୋଲିବ :ପାଇକ ଏକାଡ଼େମୀ: ଆଇନମନ୍ତ୍ରୀ

 ଭୁବନେଶ୍ୱର : ଓଡିଶାର ବହୁ ପୁରାତନ ସମରକଳା ପାଇକ ଆଖଡା ଉପରେ ଆଧାରିତ ପୁସ୍ତକ ‘ପାଇକ  ଆଖଡା’ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ  ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପାଇକ ଏକାଡେମୀ ପୂର୍ବ ସରକାର ସମୟରେ ହୋଇପାରୁନଥିଲା । ପାଇକ ଏକାଡେମୀ ତ୍ୱରାନ୍ୱିତ କରାଯିବ । ପାଇକ ସ୍ମାରକୀକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ । ପାଇକମାନଙ୍କର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ନିଆଯିବ । ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ କହିଥିଲେ ପାଇକମାନଙ୍କର ସ୍ୱାର୍ଥ ପାଇଁ ଆମେ ଲଢେଇ କରିବାକୁ ପ୍ରସ୍ତୁତ । ଅନ୍ୟତମ ଅତିଥି ଭାବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ଦିଲ୍ଲପ ଶ୍ରୀଚନ୍ଦନପୁସ୍ତକର ରଚୟତା କେଦାରନାଥ ଦାସ, ନିଖିଳ ଓଡିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂ, ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂ, ସର୍ଦ୍ଦାର ମହାପାତ୍ର ଦକ୍ଷିଣ କବାଟ ରବୀନ୍ଦ୍ର ନାଥ ଦାସ, ନିଖିଳ ଓଡିଶା ପାଇକ ମହାସଂଘ ଉପଦେଷ୍ଠା ଶଶାଙ୍କ ଶେଖର ଚୁଡାମଣି, ସାଧାରଣ ସମ୍ପାଦକ ଡ.ଗାୟନ ସାମଲଙ୍କ ସହ ବହୁ ଅଞ୍ଚଳରୁ ପାଇକ ଗୁରୁ ମାନେ ଅତିଥି ରୂପେ ଯୋଗଦାନ କରିଥିଲେ । ପାଇଙ୍କ ସମର କଳା ଉପରେ ଆଧାରିତ ଏହି ପୁସ୍ତକ ବହୁ ତଥ୍ୟ ପ୍ରଦାନ କରିବା ସହ ଆଗାମୀ ଦିନରେ ଯୁବପିଢି ମାନଙ୍କ ପାଇ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଠ ପାଇକ ଗୁରୁ ଓ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା ।