ଜଳପଥରେ ପାଟ୍ରୋଲିଂ
ରାଜନଗର : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ଜଳପଥରେ ପାଟ୍ରୋଲିଂ କଡାକଡି କରାଯାଉଛି । ଆଇଆଇସି ବିମଳକୁମାର ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ ବୋଟରେ ତାଳଚୁଆ ଘାଟ, ନଳିତାପାଟିଆ ଘାଟ, ବେଙ୍ଗମାରୀ ଓ ପ୍ରଭାତୀ ପ୍ରଭୃତି ନିକଟକୁ ସମୁଦ୍ର ପଥରେ ତଦାରଖ କରାଯାଉଛି । ସାଧାରଣତଃ ସ୍ଥାନୀୟ ମସô୍ୟଜିବୀମାନଙ୍କୁ ନଦୀ ଓ ସମୁଦ୍ର ପଥରେ ଅଚିହ୍ନ ବୋଟ କିମ୍ବା ଅଚିହ୍ନ ଲୋକମାନଙ୍କୁ ଦେଖିବା କ୍ଷଣି ପୋଲିସକୁ ଜଣାଇବାକୁ କୁହାଯାଇଛି । ଏହାଛଡା ଘାଟରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ତନଖି କରାଯାଇଛି ।