ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପ୍ରଦାନରେ ଉପେକ୍ଷା

ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପ୍ରଦାନରେ ଉପେକ୍ଷା


 ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭାବେ ଭୀନିତ ଭରଦ୍ୱାଜ ଏକାଧି କ୍ରମେ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ବଦଳି ନ ହୋଇ ରହିବା ଯୋଗୁଁ ଚୋରା ବାଲି ·ଲାଣରେ ବଡସାହି ଓ ବେତନଟୀ ତହସିଲ ସହିତ ସାରା ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ବଢି ·ଲି କୋଟି କୋଟି ଟଙ୍କାର ରାଜସ୍ୱ ହାନି ପାଇଁ ଚର୍ଚ୍ଚାରେ ରହିଆସିଥିଲେ । ସେହିପରି ଜିଲ୍ଲାପାଳଙ୍କ ପ୍ରତି ମାସ ଅଭିଯୋଗ ପ୍ରକୋଷ୍ଠରେ ବିଭିନ୍ନ ପ୍ରକାରର ନ୍ୟାୟ ପାଇଁ ଅବେଦନକାରୀମାନେ ଅଭିଯୋଗ କରି ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟାହତ ହୋଉଛି ବୋଲି ଜନସାଧାରଣ କହୁଛନ୍ତି । ଯାହାର ଏକ ଠୋସ ପ୍ରମାଣ ଏବେ ବେତନଟୀ ବ୍ଲକ ଶିକ୍ଷାଧିକାରୀ ନ୍ୟାୟ ନ ପାଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ଅଭିଯୋଗ କରି ଏପରି ଖବରକୁ ସାର୍ବଜନୀନ କରିବାକୁ ନିବେଦନ କରିଥିଲେ । ଏହି ଶିକ୍ଷୟତ୍ରୀ ଜଣଙ୍କ ବେତନଟୀ ବ୍ଲକକୁ ବଦଳି ହୋଇ ଆସିବା ପୂର୍ବରୁ ନିକଟସ୍ଥ ଖୁଣ୍ଟା ବ୍ଲକ ବିଇଓଙ୍କ ଅଧିନସ୍ଥ ବହଳଦା ପ୍ରାଥମିକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କର୍ତ୍ତବ୍ୟରତ ଥିବା ବେଳେ କୋଭିଡ ସଂକ୍ରମଣ ସମୟରେ ସେ ଗୁରୁତର ଅସୁସ୍ଥ ଥାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇନଡୋର ରୋଗୀ ଭାବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସାଧୀନ ଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ମେଡ଼ିକାଲରୁ ଡାକ୍ତରୀ ସାର୍ଟିଫିକେଟ ସହିତ ଡିସଚାର୍ଜ ସାର୍ଟିଫିକେଟ ନେଇ ସ୍କୁଲରେ ଜଏନ୍‌ କରିବାକୁ ଯାଇଥିଲେ ହେଁ ବହଳଦା ଉପ୍ରା ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମୁର୍ମୁ ତାଙ୍କୁ ସ୍କୁଲ ଉପସ୍ଥାନ ରେଜିଷ୍ଟ୍ରାରରେ ଦସ୍ତଖତ କରିବାକୁ ଦେଇ ନ ଥିଲେ । ଶିକ୍ଷୟିତ୍ରୀ ହେମାଙ୍ଗିନୀ ମହାନ୍ତ ସ୍କୁଲକୁ ଆସୁଥିଲେ ସୁଦ୍ଧା ତାଙ୍କର ଅନୁପସ୍ଥିତି ଅବଧିକୁ ଅନିୟମିତତା ଦର୍ଶାଇ ତାଙ୍କୁ ଇଚ୍ଛାକୃତ ଭାବେ ହଇରାଣ କରିବା ନେଇ ସେ ଅଭିଯୋଗ କରିଛନ୍ତି । ତେବେ ଦରମା ପାଇ ନ ପାରି ଶିକ୍ଷୟିତ୍ରୀ ଜଣକ ମାନସିକ ଭାବେ ଭାଙ୍ଗି ପଡିବା ଯୋଗୁ ନିଜର ଶାରୀରିକ ଅସୁସ୍ଥତା ପରେ ବି ନ୍ୟାୟ ପାଇବା ପାଇଁ ଡିଇଓ ବାରିପଦାଙ୍କ ଠାରେ ଅଭିଯୋଗ କରିବା ସହିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗର ·ରି ମାସ ବିତି ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇନାହିଁଣ୍ଟା ବ୍ଲକ ବିଇଓ ଅଫିସର ଜୈନିକ କିରାଣୀ ଅଭିଯୋଗ ପ୍ରତ୍ୟାହାର ପାଇଁ ଧମକ ଦେବା ସହିତ ·କିରୀ ଖାଇ ଦେବେ ବୋଲି ତାଙ୍କୁ ଧମକ ଦେଉଥିବା କହିଛନ୍ତି । ରାଜ୍ୟ ସରକାର ମା'ଙ୍କୁ ସମ୍ମାନ ଓ ମହିଳାମାନଙ୍କୁ ସମ୍ମାନ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁ ଥିବା ବେଳେ ଜଣେ ମହିଳା ଶିକ୍ଷୟତ୍ରୀ ସରକାରଙ୍କ ବିଇଓ କାର୍ଯ୍ୟାଳୟ ଠାରୁ ଡିଇଓ କାର୍ଯ୍ୟାଳୟ ଓ  ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ମଧ୍ୟ ନ୍ୟାୟ ପାଇ ନ ପାରିବା ଏକ ଅନୁତାପର ବିଷୟ । ତେବେ କୋଭିଡ ସଂକ୍ରମଣ ସମୟରେ ଅଫିସ ସ୍କୁଲ କଲେଜ ସବୁ ବନ୍ଦ ରଖାଯିବା ନିର୍ଦ୍ଦେଶ ଥାଇ ଅନୁପସ୍ଥିତ ପିରିୟଡକୁ ଅନିୟମିତ ଦର୍ଶାଇ ଦରମା ଓ ଇନକ୍ରିମେଣ୍ଟ ବନ୍ଦ ରଖା ଯିବା ନେଇ ଶିକ୍ଷୟତ୍ରୀଙ୍କ ପାଇଁ ଅଲଗା ନିୟମ ଥିଲା କି ବୋଲି ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଦୀର୍ଘ ·ରିମାସ କାଳ ନ୍ୟାୟ ନ ଦେଇ ପାରିବା ଓ କିରାଣୀ ଜିଲ୍ଲାପାଳଙ୍କ ଠାରୁ ଉଦ୍ଧ୍ୱର୍ରେ କି ବୋଲି ବେତନଟୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପ୍ରଶ୍ନ କରାଯାଇଛି ।