ଭାରତ ମାତା ନାରାରେ କମ୍ପିଲା ପରାକ୍ରମ ଶୋଭାଯାତ୍ରା
ଭଦ୍ରକ : ଆତଙ୍କବାଦ ବିରୋଧରେ ଲଢେଇ " ଅପରେସନ ସିନ୍ଦୂର" ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି । ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଭଦ୍ରକ ଜିଲ୍ଲାରେ ପରାକ୍ରମ ଶୋଭା ଯାତ୍ରା /ତ୍ରିରଙ୍ଗା ଯାତ୍ରା ଆଜି ଦିବା ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ଠାରୁ ଏକ ବିଶାଳ ସାଇକେଲ ଓ ମଟର ସାଇକେଲ ରାଲି କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲ୍, କଲେଜର ଶିକ୍ଷକ ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ, ରେଡ କ୍ରସ, ଏନଏସଏସ, ମିଶନ ଶକ୍ତି ମହିଳା, ପୁଲିସ କର୍ମଚାରୀ, ଅଗ୍ନିଶ୍ରମ୍ ବାହିନୀ, ସ୍ୱଂୟ ସହାୟକ ଗୋଷ୍ଠୀ, ବରିଷ୍ଠ ନାଗରିକ ସଂଘର କର୍ମ କର୍ତ୍ତା, ରୋଟାରୀ କ୍ଲବ୍ ମିଡ ଟାଉନ, ଲାୟନ୍ସ୍ କ୍ଲବ୍, ଭଦ୍ରକ ବସ ସିଣ୍ଡିକେଟ ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ସମାଜ ସେବୀ, ଜିଲ୍ଲପାଳଙ୍କ କାର୍ଯ୍ୟଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସାଂସଦ ଅଭିମନୁ୍ୟ ସେଠୀ, ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶାନ୍ତନୁ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ସରୋଜ ଦତ୍ତ, ଉପ ଜିଲ୍ଲାପାଳ ସୌରଭ ଚକ୍ରଭର୍ତ୍ତି, ସିଡ଼ିମ୍ଓଡ଼ । ସୁଧାଂଶୁ ବଳ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ତଥା ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ସାମଲ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଏହି ତ୍ରିରଙ୍ଗା ଯାତ୍ରାରେ ପ୍ରାୟ ୨୦୦୦ ରୁ ଅଧିକ ଜନ ସାଧାରଣ ଯୋଗ ଦେଇ ଦେଶର ସାର୍ୱଭ୍ରମତ୍ୱ ରକ୍ଷା ଉଦେ୍ଦଶ୍ୟରେ ସ୍ଲୋଗାନ ସହିତ ବିଭିନ୍ନ ଦେଶାମ୍ୟବୋଧକ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ସାଇକେଲ ଓ ମୋଟର ସାଇକେଲ ଯାନରେ ତ୍ରୀରଙ୍ଗା ସହିତ ବାହାରି ଅପର୍ତି ବିନ୍ଧା ଛକ, ମୋଚି ଛକ,ସନ୍ଥିଆ ପୋଲ, ଏନ.ସି. ଉଚ୍ଚ ବିଦ୍ୟାଳୟ, ପୁରୁଣା ବଜାରଥାନା, ଗୋଶାଳା ଛକ, ଡାହାଣୀ ଗାଡିଆ ଛକ, ବର୍ମା ବାଏ ପାସ ଛକ, ରାଜଘାଟ ପୋଲ, ଟାଉନ ଥାନା ଛକ ଦେଇ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଥିଲେ । ଶୋଭାଯାତ୍ରାରେ ସ୍ଥାନେ ସ୍ଥାନେ ପାନୀୟ ଜଳ / ଦହି ପାଣି ବ୍ୟବସ୍ଥା ରୋଟରୀ କ୍ଲବ୍ ମିଡ ଟାଉନ, ଲାୟନ୍ସ କ୍ଲବ ଓ ସେଇ ପରି ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା । ଦେଶକୁ ସୁରକ୍ଷିତ ରଖିବା ସହ ନାଗରିକଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ସେନା ବାହିନୀଙ୍କ ବଳିଷ୍ଠ ଭୂମିକା ଥିବା ବେଳେ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାରୁ ଏବଂ ଦେଶ ପ୍ରେମର ପ୍ରୀତି ଜନ ମାନସରେ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଉଦ୍ରେକ କରି ଥିବାରୁ ସାଧାରଣ ନାଗରିକ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇ ଥିଲେ ।
କେନ୍ଦୁଝର: ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକଲୋଚନରେ ପ୍ରସାର କରି ଭାରତୀୟ ଯବାନ ମାନଙ୍କୁ ସମ୍ମାନ ଜଣାଇବାକୁ ଆଜି କେନ୍ଦୁଝରଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲାସ୍ତରୀୟ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା କେନ୍ଦୁଝର ଟାଉନ ପରିକ୍ରମା କରିଥିଲା । ଜିଲାପାଳ ବିଶାଲ ସିଂହ ପତାକା ପ୍ରଦର୍ଶନ କରି ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୀର ଯବାନଙ୍କ ସମାନାର୍ଥେ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଜନସାଧାରଣଙ୍କ ସହ ବାଇକରେ ବସି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାଟି ସକାଳ ୮ଟାରେ କାଳୀ ପଡିଆଠାରୁ ବାହାରି ଦୁଃଖିଆ ଛକ, ଶ୍ରୀକ୍ଷେତ୍ର ହୋଟେଲ ଛକ, ଗାନ୍ଧୀ ଛକ, କୋର୍ଟ ଛକ, ଗୋପବନ୍ଧୁ ଛକ ହୋଇ ପୁନର୍ବାର କାଳୀ ପଡିଆଠାରେ ପହଞ୍ଚିଥିଲା । ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୁଲିସ ବାହିନୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନେ୍ଦ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ । ଏହି ଯାତ୍ରାକୁ ଉଦ୍ଘାଟନ ପୂର୍ବକ ଜିଲ୍ଲାପାଳ ବିପତ୍ତି ସମୟରେ ଆମ ଦେଶ ଦେଶବାସୀଙ୍କ ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନାର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା, ଉପଜିଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡା, ଅଭିଳାଷ ପୁରୋହିତ, ଫିରୋଜ ଖାଁ, ଜିଲା ସଂସ୍କୃତି ଅଧିକାରୀ ରମେଶ ନାୟକ, ସହକାରୀ ଜିଲାପାଳ ସନ୍ତୋଷ ଜେନା, ସରୋଜ ମଲ୍ଲିକ, ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ମୁଖ୍ୟ ଜିଲା କୃଷି ଅଧିକାରୀ ପର୍ଶୁରାମ ବେହେରା କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ,ପାରିଷଦ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଶୋଭାଯାତ୍ରା ସମାପ୍ତ ହେବା ପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।