ବବି ଓ ନଳିନୀଙ୍କ ବିରାଟ ରୋଡ଼ ସୋ' ଲୋକଙ୍କ ଆଶୀର୍ବାଦ ଭିକ୍ଷା କଲେ ଦୁଇ ନେତା

ବବି ଓ ନଳିନୀଙ୍କ ବିରାଟ ରୋଡ଼ ସୋ' ଲୋକଙ୍କ ଆଶୀର୍ବାଦ ଭିକ୍ଷା କଲେ ଦୁଇ ନେତା


 ଆଠମଲ୍ଲିକ:  ବୁଧବାର ସମ୍ବଲପୁର ଲୋକସଭା ଅନ୍ତର୍ଗତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଲୋକସଭା ପ୍ରାର୍ଥି ପ୍ରଣବ ପ୍ରକାଶ ଦାସ ଓ ବିଧାନସଭା ପ୍ରାର୍ଥି ନଳିନୀ କାନ୍ତ ପ୍ରଧାନଙ୍କ ବିଶାଳ ରୋଡ଼ ସୋ' ଦେଖିବାକୁ ମିଳିଥିଲା । ହଜାର ହଜାର ଜନସାଧାରଣ ଓ କର୍ମୀଙ୍କ ମୁଖରୁ  ଜୟ ନବୀନ, ନଳିନୀ ବାବୁ ଜିନ୍ଦାବାଦ  ଓ ବବି ଭାଇ ଜିନ୍ଦବାଦ ସ୍ଲୋଗାନରେ ସହର କମ୍ପି ଉଠିଥିଲା । ଉଭୟ ହେଭି ୱେଟ ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଂଗଠନିକ ସମ୍ପାଦକ ବବି ଦାସ  ସମ୍ବଲପୁର ଲୋକସଭା ଆସନ ପାଇଁ ଲଢେଇ କରୁଛନ୍ତି । ଏହି ଲୋକସଭା କ୍ଷେତ୍ର ଅଧିନରେ ଥିବା ଆଠମଲ୍ଲିକ ବିଧାନସଭା ମଣ୍ଡଳୀ ବେଶ ଗୁରୁତ୍ୱ ବହନ କରୁଛି । ଏଣୁ  ଏହି ରୋଡ଼ ସୋ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ ରୋଚକ ମୋଡ଼ ନେଇଛି । ପ୍ରଥମେ ଉଭୟ ପ୍ରାର୍ଥି ଆଠମଲ୍ଲିକ ବସଷ୍ଟାଣ୍ଡ ସ୍ଥିତ ସଙ୍କଟ ମୋଚନ ହନୁମାନଙ୍କ ଠାରେ ପୂଜାଅର୍ଚ୍ଚନା  କରି ଏକ ବିରାଟ ପଦଯାତ୍ରାରେ ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା ମହେଶ୍ୱ୍ରୀଙ୍କ ମନ୍ଦିରରେ ପହଞ୍ଚôଥିଲେ । ସେଠାରେ ମାହେଶ୍ୱ୍ରୀଙ୍କୁ ପୂଜା ଆରାଧନା, ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତାପରେ ସେଠାରୁ ଆଠମଲ୍ଲିକ ସଦର ମହକୁମାଠାରୁ ୨୫କିମି ଦୂରରେ ଥିବା ବିନକେଇ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ମହାନଦୀ କୂଳରେ ଅବସ୍ଥିତ ମା ବିନିକେଇ ଠାକୁରାଣୀଙ୍କୁ ଦର୍ଶନ କରି ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଆଠମଲ୍ଲିକ ମୋତେ ବହୁତ ଭଲ ପାଇବା ଦେଇଛି । ଚଳିତ ନିର୍ବାଚନରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜୟ ହାର ଓଡ଼ିଶାରେ ରେକର୍ଡÿ ସୃଷ୍ଟି କରବ ବୋଲି ଆଶାପ୍ରକଟ କରିଥିଲେ । ସମସ୍ତେ ଏକ ମନରେ ଦଳ ପାଇଁ କଠିନ ପରିଶ୍ରମ କରି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ସହିତ ବିକାଶ ଧାରାରେ ସାମିଲ ହେବକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବାବା ସାହେବ ଆମ୍ବେଦକର, ବିଜୁ ବାବୁ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ହଜାର ହଜାର ସାଧାରଣ ଜନତା, ଦଳୀୟ କର୍ମୀ, ନିର୍ବାଚିତ ଜନ ପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ ଅଧକ୍ଷ ଦୁଃଶାସନ ରାଉଳ, କିଶୋନଗର ଅଧକ୍ଷା ସୈରେନ୍ଦ୍ରୀ ପ୍ରଧାନ, ଏନଏସି ଅଧକ୍ଷା ଆଶାକୁମାରୀ ସାହୁ, ପର୍ଯ୍ୟବ୍ୟକ୍ଷକ କୁନୁ ବିହାରୀ ଦାସ, ବାବୁ ଖାଁ, ଚିନ୍ମୟ କୁମାର ସାହୁ, ଯୁବନେତା ମହେନ୍ଦ୍ର ସାହୁ, ମହେଶ୍ୱର ଦେହୁରୀ, ଚିତ୍ତରଞ୍ଜନ କର୍ଣ୍ଣ ପ୍ରମୁଖ ବହୁ ଛାମୁଆ ନେତା ସାମିଲ ହୋଇଥିଲେ ।