ଖଣି ପ୍ରେମରେ ଖଣି ଅଧିକାରୀ  : ଲୁଟି ନେଉଛନ୍ତି ବାଲି, ଚୁପ୍ ବସିଛି ବିଭାଗ

 କବାଟବନ୍ଧ: ସରକାର ବଦଳିଛି, ହେଲେ ବଦଳୁନାହିଁ ବିଧି ବ୍ୟବସ୍ତା । ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗ ହାତକୁ ଲଘୁ ଖଣିଜ ସମ୍ପଦ ହସ୍ତାନ୍ତର ପରେ ବି ଧର୍ମଶାଳା ତହସିଲ ଅଞ୍ଚଳରେ ଲୁଟ୍ର ପରିମାଣ ଥମିବାର ନାଁ ଗନ୍ଧ ଧରୁନି । ରାଜ୍ୟରେ ଥିବା ଲଘୁ ଖଣିଜ ସମ୍ପଦ ଲୁଟ୍ କାରବାରକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ଷ୍ଟିଲ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଳରାମପୁର ରାଜସ୍ୱ ନିରୀକ୍ଷକ (୨)ଅଧୀନ ରାଇଛନ୍ଦା ବ୍ରାହ୍ମଣୀ ନଦୀ ପ୍ରବାହିତ ଘାଟରୁ ନିୟମ ଉଲ୍ଲଙ୍ଗନରେ ଚାଲିଛି ବାଲି ଚାଲାଣ । ଖାତା ୪୮୧ ଏବଂ ପ୍ଲଟ ୨ର ଏହି ଘାଟଟି ପୂର୍ବରୁ ଏହି ଘାଟ ଏସଟି ମିନେରାଲସ ପ୍ରାଇଭେଟ ଲିମିଟେଡ଼ ନାମକ କମ୍ପାନୀ ନେଇଥିଲା । ଘାଟଟି ରାଜସ୍ୱ ବିଭାଗ ଅଧୀନରେ ଥିବାବେଳେ ସରକାରୀ ଅନୁମତି ମିଳିଥିଲା । ଚୁକ୍ତି ମୁତାବକ ଲିଜଧାରୀ ଏସ୍ଟି ମେନେରାଲକୁ ୨୦୨୧-୨୨ଆର୍ଥôକ ବର୍ଷରେ ୧୬.୮୦୦ଘନମିଟର ଏବଂ୨୦୨୨-୨୩ବର୍ଷରେ୧୪.୩୬୦ଘନମିଟ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା । ତେବେ ଅନୁମତି ଅପେକ୍ଷା ଅଧିକ ବାଲି ଉତ୍ତୋଳନ କରାଯାଇଥିବାରୁ ଲୋକାଯୁକ୍ତ ଓ ଉଚ୍ଚ ନ୍ୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ପୁନଶ୍ଚ ଚଳିତ ବର୍ଷ ଏହି ଘାଟରୁ ଦିନ ଦ୍ୱିପହରରେ ପୋକଲିନ ସାହାଯ୍ୟରେ ଲିଜ୍ ଧାରୀ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଉତ୍ତୋଳନ ହେଉଥିବା ସ୍ଥାନ ଲିଜ୍ ସ୍ଥାନ ନୁହେଁ ।
ଏହି ବାଲିଘାଟ ଖଣି ବିଭାଗ ପକ୍ଷରୁ ବାଲି ଲିଜଧାରୀଙ୍କୁ ଚାରି ସୂତ୍ରୀ ନିୟମ ପାଳନ କରିବାକୁ ନିଦେ୍ର୍ଦଶ ରହିଛି । କିନ୍ତୁ ଏହି ଘାଟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଲିଜ୍ଧାରୀ ସୀମା ନିର୍ଦ୍ଧାରଣ କରି ସେମାନଙ୍କ ଲିଜ ଅଞ୍ଚଳ ମାପଚୁପ କରି ଖୁଣ୍ଟ ପୋତିବାକୁ କଡାକଡି ନିଦେ୍ର୍ଦଶ ରହିଥିଲେ ହେଁ ଖଣି ବିଭାଗର ନିର୍ଦେଶକୁ ଫୁ କରି ଉଡାଇଦେଇଛନ୍ତି । ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ପାଇଁ ଅନୁମତି ନଥିବା ବେଳେ ମେସିନ ଲଗାଇ ଶହ ଶହ ଟ୍ରିପ ବାଲି ଉଠା ଚାଲିଛି । ଘାଟରୁ ସର୍ବାଧିକ ୨ଫୁଟର ଗର୍ତ କରି ବାଲି ଉଠାଇବାର ପ୍ରାବଧାନ ଥିବା ବେଳେ, ଏଠାରେ ଏହାର ଖୋଲା ଉଲ୍ଲଙ୍ଘନ କରାଯାଇ ୫ରୁ ୭ ଫୁଟ ଗର୍ତ କରି ବାଲି ଖନନ କରାଯାଉଛି । ଫଳରେ ବ୍ରାହ୍ମଣୀ ବ୍ରିଜ ପ୍ରତି ବିପଦ ରହିଛି । ବାଲି ବୋଝେଇ ଗାଡି ପରିବହନ ପାଇଁ ନିର୍ଦ୍ଧିଷ୍ଟ ସମୟ ରହିଥିବା ବେଳେ, ଦିନ ବେଳା ବାଲି ପରିବହନ କରାଯାଉଛି । ତାହା ପୁଣି ସାଧାରଣ ଲୋକଙ୍କ ଉର୍ଦ୍ଧିଷ୍ଟ ରାସ୍ତାରେ ଯିବା ଆସିବା କରୁଛନ୍ତି । ବିନା ଟ୍ରାଞ୍ଜିଟୀ ପାସ (ଟିପ୍ପୀ)ରେ ହେଉଛି ବୋଲି ଅଭିଯୋଗ ହେଉଛି । ହାଇୱା, ଟିପର ଟ୍ରାକ୍ଟରରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପରିବହନ ହେଉଛି । ଲିଜଧାରୀ ବେଆଇନ ଭାବରେ ଚଢା ଦରରେ ବିକ୍ରିକରୀ ଲାଭବାନ୍ ହେଉଥିବା ବେଳେ, ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି । ଜିଲ୍ଲା ଖଣି ବିଭାଗ ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିଛି । ଏହି ରାସ୍ତାରେ ଭାରୀଯାନ ଯିବା ଆସିବା ଅନୁମତି ନଥିବା ବେଳେ ଶହ ଶହ ଟ୍ରିପର ବାଲି ଗାଡ଼ି ଯିବା ଆସିବା କରୁଛି କିପରି? ଯାହାଦ୍ୱାରା ନଦୀବନ୍ଧ ରାସ୍ତା ଦୁର୍ବଳ ହେଉଛି । କୌଣସି ଗାଡ଼ିରେ ବାଲି ପରିବହନ ସମୟରେ ପାଲ ଢଙ୍କା ଯାଉନାହିଁ । ପରିବହନ ହେଉଥିବା ରାସ୍ତାରେ ପାଣି ସିଞ୍ଚନ କରାଯାଉନାହିଁ । ସ୍କୁଲ, କଲେଜ ଛାତ୍ରଛାତ୍ରୀ ସାଧାରଣ ପଥଚାରୀ ଧୂଳି ବାଲିରେ ହଇରାଣ ହେଉଛନ୍ତି । କହିବାକୁ ଗଲେ ଲିଜଧାରୀ ଲଘୁ ଖଣି ନିୟମର ଧଜିଆ ଉଡାଇଚାଲିଥିଲେ ହେଁ କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୁନ୍ । ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।