ଦେଶୀ ଡଙ୍ଗାରେ ନୌବାଣିଜ୍ୟ ପାଇଁ ସାଂସଦଙ୍କ ଦାବି

 କୁଆଖିଆ: ଦେଶୀ ଡଙ୍ଗାରେ ପାରାଦୀପ ଏବଂ ଧାମରାକୁ ନୌବାଣିଜ୍ୟ କରିବାକୁ ଯାଜପୁର ଲୋକସଭା ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଦାବି କରିଛନ୍ତି । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ସମସ୍ତ ସାଂସଦ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବନନ୍ଦ ସୋନେୱାଲ୍ଙ୍କୁ ଭେଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ହେଉଥିବା ଆଲୋଚନାରେ ଅଂଶ ଗ୍ରହଣ କରି ଓଡ଼ିଶା ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ ଦେଶୀ ଡଙ୍ଗା ସାହାଯ୍ୟରେ ପାରାଦୀପ ଓ ଧାମରାକୁ ପରିବହ କରବା ପାଇଁ ଦାବି ରଖିଥିଲେ । ନୂଆଦିଲ୍ଲୀ ସ୍ଥିତ ଏକ ଇନଲ୍ୟାଣ୍ଡ ୱାଟର ଓ ପୋର୍ଟ ବିଷୟରେ ଆଲୋଚନାରେ ଏମ୍ପି ଶ୍ରୀଯୁକ୍ତ ବେହେରା ଯୋଗଦେଇ ଜାତୀୟ ୱାଟର ମିଶନ ୫ ଅନ୍ତର୍ଗତ ବ୍ରାହ୍ମଣୀ, କେଳୁଅ, ଖରସ୍ରୋତା ଓ ବୈତରଣୀରେ କାର୍ଗୋ ଓ ଅନ୍ୟାନ୍ୟ ଦେଶୀ ଡଙ୍ଗା ସାହାଯ୍ୟରେ ପାରାଦୀପ ଓ ଧାମରା ପୋର୍ଟକୁ ପରିବହନ ବିଷୟରେ ପ୍ରସ୍ତାବ ରଖିଥିବା ବେଳେ, ଏହାକୁ ଖୁବ୍ ଶିଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହାଦ୍ୱାରା ଅତିତ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବଜାୟ ରହିବା ସହିତ ନଦୀତଟ ଗୁଡିକର ବିକାଶ ମଧ୍ୟ ହୋଇପାରିବ । ଏଥିସହିତ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହାଟସାହି, ବେଦପୁର୍ ଓ ଭୁବନକୁ ସଂଯୋଗ ସଂଯୋଗ ନିମନ୍ତେ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।