ସାନ ଭାଇ ଜମି ବନ୍ଧାରଖି ବଡ଼ଭାଇ ନେଇଗଲେ ଋଣ; ମାମଲା କଲା ପୁଲିସ
ପାଣିକୋଇଲି : ସାନଭାଇର ଜମିକୁ ବନ୍ଧକ ରଖି ବଡ଼ଭାଇ ସମବାୟ ସମିତିରୁ ଋଣ କରିବା ଭଳି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କ୍ରମେ ପାଣିକୋଇଲି ପୁଲିସ ୩୬/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଖବର ମତେ ପଥରପଦା ପଂଚାୟତ ତାଜପୁର ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତିରୁ ଜମି ବନ୍ଧକ ରଖି ଋଣ କରିଥିଲେ । ତେବେ କୈାଣସି କାରଣରୁ କୃଷ୍ଣଚନ୍ଦ୍ରଙ୍କ ସାନ ଭାଇ ସନାତନ ତାଙ୍କ ଜମିର ଇସି ବାହାର କରିବାରୁ ତାଙ୍କ ଜମି ବନ୍ଧକ ପଡିଥିବା କଥା ଜାଣିବାକୁ ପାଇଥିଲେ । ସେ ଜମି ବନ୍ଧକ ରଖିନଥିବା ବେଳେ କିଏ ବନ୍ଧକ ଦେଲା ଖୋଳତାଡ କରିଥିଲେ ସନାତନ । ଖୋଳତାଡ଼ରେ ତାଙ୍କ ବଡଭାଇ କୃଷ୍ଣଚନ୍ଦ୍ର ପାଣିକୋଇଲି ସେବା ସମବାୟ ସମିତି ଜରିଆରେ ଉକ୍ତ ଜମିକୁ ବନ୍ଧକ ଦେଇ ଋଣ କରିଥିବା କଥା ଜାଣିବାକୁ ପାଇଥିଲେ । ଫଳରେ ସନାତନ ଥାନାର ଦ୍ୱାରାସ୍ଥ ହୋଇଥିଲେ । ଏନେଇ ପାଣିକୋଇଲି ପୁଲିସ ତଦନ୍ତକରି ସମବାୟ ସମିତିର ସମ୍ପାଦକ ସୁଦର୍ଶନ ପରିଡାଙ୍କୁ ଡାକି ଜମି କେମିତି ବନ୍ଧକ ପଡିଲା ବୋଲି ପ୍ରଶ୍ନ କରିଥିଲେ । ଦୁଇଭାଇଙ୍କ ବଂଟନ ପତ୍ର ଅନୁଯାୟୀ ଉକ୍ତ ଜମି ସନାତନଙ୍କ ନାମରେ ଥାଇÿ ମଧ୍ୟ କୃଷ୍ଣ ଚନ୍ଦ୍ରଙ୍କ ଭାଗରେ ପଡିଥିବାରୁ ଏହାକୁ ବନ୍ଧକ ଦିଆଯାଇଥିଲା ବୋଲି ସମ୍ପାଦକ କହିଥିଲେ । ଉକ୍ତ ଋଣକୁ ତୁରନ୍ତ ସୁଝିବାକୁ ପୁଲିସ ନିଦେ୍ର୍ଦଶ ଦେବା ସହ ଜମି କାହାର ସେ ସର୍ମ୍ପକରେ ଅଦାଲତ ନିଷ୍ପତି ନେବ ବୋଲି କହିଥିଲେ । ପରେ ସନାତନ ତାଙ୍କ ଜମିକୁ ଜାତିଆତି କରି ବନ୍ଧା ପକାଯାଇଥିବାରୁ ମାମଲା ରୁଜ୍ଜୁ ପାଇଁ ଅଡି ବସିଥିଲେ । ଫଳରେ ପୁଲିସ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି । ଅପରପକ୍ଷେ କୃଷ୍ଣ ଚନ୍ଦ୍ର ବନ୍ଧକ ଋଣକୁ ସୁଝିଦେଇଥିବା ଜଣାପଡିଛି ।