ଠିକା କାର୍ଯ୍ୟକୁ ନେଇ ସହକାରୀ ଯନ୍ତ୍ରୀ-ଜନ ପ୍ରତିନିଧି ମୁହାଁମୁହିଁ

 ଆନନ୍ଦପୁର :  ଠିକାକାମକୁ ନେଇ ଆନନ୍ଦପୁର ବ୍ଲକରେ ଯନ୍ତ୍ରୀ-ଜନ ପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି । ଏନେଇ ବ୍ଲକ କର୍ମଚାରୀ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିବା ବେଳେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ବ୍ଳକ ଅନ୍ତର୍ଗତ ମୋଚିନ୍ଦା ପଂଚାୟତରେ ୩ଲକ୍ଷ ଟଙ୍କା ସାଂସଦ ପାଣ୍ଠି ଅନୁଦାନରେଏକ କୁମୁ୍ୟନିଟି ସେଂଟର ନିର୍ମାଣ ହେଉଥିବା ବେଳେ କାର୍ଯ୍ୟ ପାଇଁ କାଳନ୍ଦୀ ସାହୁଙ୍କୁ କାର୍ଯ୍ୟାଦେଶ ମିଳିଥିଲା । ପରବର୍ତୀ ପର୍ଯାୟରେ ମୋଚିନ୍ଦା ଗ୍ରାମର ଯୁବକ ଏହି କମୁ୍ୟନିଟି ସେଂଟରରେ ଛାତ ପକାଇବା ପାଇଁ ପ୍ରସ୍ତୁତ ହେବାକୁ ନେଇ ଆରମ୍ଭ ହୋଇଥିଲା ଉଭୟ ପକ୍ଷଙ୍କ ମଧ୍ୟରେ ତୁତୁ ମେମେ.ଏହି ପରିପେକ୍ଷୀରେ ବ୍ଳକ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ରଙ୍କ ସମେତ ପାଖାପାଖି ୪୦ରୁ ଉର୍ଦ୍ଧ ବ୍ୟକ୍ତି ସହକାରୀ ଯନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଘଡେଇଙ୍କ ବାସ ଭବନରେ ପହଁଚି ତାଙ୍କୁ ଅଶୋଭନୀୟ ଆଚରଣ କରିଥିବା ନେଇ ଅର୍ଣ୍ଣପୂର୍ଣ୍ଣା ବିଡ଼ିଓ ମନୋଜ ମହାନ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ବିଡ଼ିଓ ଚିଠି ନମ୍ବର ୧୪୩୧/୨୮.୦୪.୨୫ରେ ଆନନ୍ଦପୁର ଥାନାରେ ଟୁକୁନା ମହାନ୍ତ ଏବଂ ଅସୀମା ମିଶ୍ରଙ୍କ ନାମରେ ଯନ୍ତ୍ରୀ ଶ୍ରୀମତୀ ଘଡେଇଙ୍କ ସରକାରୀ ବାସ ଗୃହରେ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ସହକାରୀ ଯନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଘଡେଇ ଶାଳବାଣୀ ପଂଚାୟତରେ ଏନଆରଜିଏସ ସ୍କିମରେ ଅମୃତ ସରୋବରାହ ଖନନ କାର୍ଯ୍ୟକୁ ଜବକାର୍ଡଧାରୀ ଶ୍ରମିକଙ୍କ ପରିବର୍ତେ ଉକ୍ତ କାର୍ଯ୍ୟର ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ନେଇ ହିଟାଚି ମେସିନ ଦ୍ୱାରା କରାଉଥିବା ଦେଖି ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ ବିରୋଧ କରିବାରୁ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିବା ସହିତ ଆଜି ଯନ୍ତ୍ରୀ ଘଡେଇଙ୍କ ନାମରେ ଆନନ୍ଦପୁର ଥାନାରେ  ଅଭିଯୋଗ କରିଛନ୍ତି । ସେହିପରି ବାଇଲୋ ଗ୍ରାମର ସୁରଥ କୁମାର ଜେନାଙ୍କ ଅଭିଯୋଗ ଅନୁଯାୟୀ  ଏମପି ଲ୍ୟାଡ଼ କାମ ସମ୍ପର୍କରେ ବୁଝିବା ପାଇଁ ଯନ୍ତ୍ରୀଙ୍କ ବାସଭବନକୁ ଯାଇଥିବା ବେଳେ ଯନ୍ତ୍ରୀ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ଗାଳି ଗୁଲଜ କରିଥିଲେ । ଏନେଇ ସୁରଥ ଆଜି ଯନ୍ତ୍ରୀଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଶାଳବଣୀ ଗ୍ରାମର ଶକ୍ତି ପ୍ରସାଦ ନାଥ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ପାଇଁ ଯନ୍ତ୍ରୀ ଶ୍ରୀମତୀ ଘଡେଇ ତାଙ୍କୁ ଘରକୁ ଡାକି ଲାଂଚ ମାଗିବା ସହିତ ଲାଂଚ ନଦେଲେ ତାଙ୍କ ବିଲ କରିବେ ନାହିଁ ବୋଲି ଧମକ ଦେଇଥିବା ନେଇ ସୁରଥ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରି ସେମାନେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ସତ୍ୟତା ପଦାକୁ ଆସିବ ।