ଟିକେଟ ନପାଇ ବିଜେଡି ଛାଡ଼ିଲେ ପର୍ଶୁରାମ ଓ ଦେବେନ୍ଦ୍ର
ଭୁବନେଶ୍ୱର : ଟିକେଟ ନପାଇବାରୁ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା ଓ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ତେବେ ଉଭୟ ନେତା କେଉଁ ଦଳକୁ ଯିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି । ସମର୍ଥକମାନଙ୍କ ସହ ଆଲୋଚନା କରିବାପରେ ସେମାନେ ପରବର୍ତୀ ପଦକ୍ଷେପ ନେବେବୋଲି କହିଛନ୍ତି ।
ଆଜି ବିଜେଡ଼ି ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୋରୋରୁ ମାଧବ ଧଡ଼ାଙ୍କୁ ଟିକେଟ ମିଳିଥିବାବେଳେ ଫୁଲବାଣୀରୁ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ଟିକେଟ ପାଇଁ ସେମାନେ ଦୀର୍ଘଦିନ ଧରି ଲବି କରିବା ସହ ସଂଗଠନ କରୁଥିଲେ । ତେବେ ସର୍ଭେ ରିପୋର୍ଟରେ ସେମାନଙ୍କ ସ୍ଥିତି ଠିକ ନଥିବା ଜଣାପଡ଼ିଥିଲା । ଫଳରେ ବିଜେଡ଼ି ନୂଆ ମୁହଁଙ୍କ ଉପରେ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛି । ଦଳରୁ ଇସ୍ତଫା ଦେବା ପରେ ପର୍ଶୁରାମ କହିଛନ୍ତିଯେ, କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଦଳ ଛାଡ଼ିଲି । ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରିବେ ବୋଲି ମୁଁ ଭାବୁଛି ।