ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ୟାପିତ

ଭଣ୍ଡାରିପୋଖରୀ: ସ୍ଥାନୀୟ ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନ ଉସôବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଯୋଗଦାନ କରି କ୍ରୀଡାର ଉପକାରିତା ସଂପର୍କରେ ଆଲୋକ ପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଆନ୍ତର୍ଜାତୀୟ ତାଇକୋଣ୍ଡ ଖେଳାଳି ଯୋଗଦାନ କରି କ୍ରୀଡାମଣିଷକୁ ଶୃଙ୍ଖଳା ଓ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାଇଥାଏ ବୋଲି କହିଥିଲେ । ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା ଅଧ୍ୟକ୍ଷତାକରି ଖେଳ ଶିକ୍ଷାର ଏକ ମୁଖ୍ୟ ଅଂଶ ବୋଲି କହିଥିଲେ । କ୍ରୀଡା ଶିକ୍ଷକ ମାନସ କୁମାର ସାହୁ ସମସ୍ତ କ୍ରୀଡାକୁ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ତପଜା ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ରୁପାଲି ଅପରାଜିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଯେନା ପୁରସ୍କାର ପ୍ରଦାନକୁ ସୂଚାରୁରୂପେ ସମ୍ପାଦନା କରିଥିଲେ । ଶିକ୍ଷକ ଚନ୍ଦ୍ରଶେଖର ପାତ୍ର, ନରେନ୍ଦ୍ର ନାୟକ, ଗଙ୍ଗାଧର ଧର ଦଳେଇ, ବର୍ଷା ପ୍ରିୟଦର୍ଶିନୀ ମଲ୍ଲିକ, ମହାମାୟା ମହାପାତ୍ର, ଉର୍ମିଳା ନାୟକ, ଜ୍ୟୋସ୍ନା ରାଣୀ ସାହୁ, ମନେ୍ଦାଦରୀ ସାହୁ, ସୁଜାତା ଦାଶ ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ କରିଥିଲେ । ଏଥିରେ ଜୁନିଅର, ସବ୍ ଜୁନିଅର,ଓ ସିନିଅର ଗ୍ରୁପର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା ଶେଷରେ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା  ।