୭୭ ପ୍ରାର୍ଥୀଙ୍କ ନାମାଙ୍କନ କାଏମ୍
ଯାଜପୁର: ଲୋକସଭା ଏବଂ ୭ଗୋଟି ବିଧାନସଭା ପାଇଁ ୮୪ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ ବେଳେ ୭ଜଣଙ୍କ ନାଁ କାଟ ଖାଇଛି । ଫଳରେ ୭୭ ପ୍ରାର୍ଥୀଙ୍କ ନାମାଙ୍କନ କାଏମରହିଛି । ଯାଞ୍ଚ ପରେ ଯାଜପୁର ସଂରକ୍ଷିତ ଲୋକସଭା ଆସନ ନିମନ୍ତେ କଂଗ୍ରେସର ଅଞ୍ଚଳ ଦାସ ବିଜେପିର ରବିନ୍ଦ୍ର ନାରାୟଣ ବେହେରା, ବିଜେଡ଼ିର ଶର୍ମିଷ୍ଠା ସେଠୀ, ବହୁଜନ ସମାଜ ପାର୍ଟିର ଇଂ ସନ୍ଧ୍ୟାରାଣୀ ମଲ୍ଲିକ, ମାନସ ଲୋକଶକ୍ତି ଦଳ ଝୁନା ମଳିକ, ଆମ୍ୱେଦକରାଇଟ୍ ପାର୍ଟି ଅଫ ଇଣ୍ଡିଆର ବିଦ୍ୟାଧର ଦଳେଇ, ଗଣ ସୁରକ୍ଷା ପାର୍ଟିର ବିନୋଦ କୁମାର ଜେନା, ଜନତା ଦରବାର ପାର୍ଟିର ମଣ୍ଟୁ ସେଠୀ, ସୁବାଷ ଚନ୍ଦ୍ର ମଲ୍ଳ୍ିକ, ଏସ୍ୟୁସିଆଇ (କମୁନିଷ୍ଟ), ଆର୍ତ୍ତତ୍ରାଣ ମଳିକ, ନରେନ୍ଦ୍ର ମଳିକ, ଭୈରବ ପ୍ରସାଦ ବେହେରା ଓ ସୁମନ୍ତ ମଳିକ(ସ୍ୱାଧୀନ) ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍ ରହିଛି । ବିଂଝାରପୁର ବିଧାନସଭା ଆସନ ନିମନ୍ତେ କନକ ଲତା ମଲ୍ଲିକ ( କଂଗ୍ରେସ), ପ୍ରମିଳା ମଲ୍ଲିକ (ବିଜୁ ଜନତା ଦଳ), ବବିତା ମଲ୍ଲିକ (ଭାରତୀୟ ଜନତା ପାର୍ଟି), ରାଧାବଲ୍ଲଭ ମଳିକ, ଏସ୍ୟୁସିଆଇ (କମୁନିଷ୍ଟ), ସୁଜିତ କୁମାର ମଲ୍ଲିକ(ସ୍ୱାଧୀନ)ଙ୍କର ନାମାଙ୍କନ ପତ୍ର କାଏମ୍ ରହିଛି । ବରୀ ଆସନ ନିମନ୍ତେ ଅଶୋକ କୁମାର ବେହେରା (ବହୁଜନ ସମାଜ ପାର୍ଟି), ଉମେଶ ଚନ୍ଦ୍ର ଜେନା (ଭାରତୀୟ ଜନତା ପାର୍ଟି), ଦେବାଶିଷ ନାୟକ (କଂଗ୍ରେସ), ବିଶ୍ୱ ରଂଜନ ମଲ୍ଲିକ (ବିଜୁ ଜନତା ଦଳ), ଅଜୟ ଧଳ (ଜନତା ଦରବାର ପାର୍ଟି), ବେନାଜିର ଖାତୁନ (ଆମ୍ୱେଦକରାଇଟ୍ ପାର୍ଟି ଅପଂ୍ ଇଣ୍ଡିଆ), କବିର ଦାସ (ସ୍ୱାଧୀନ), ନିମାଇଁ ଚରଣ ରାୟ (ସ୍ୱାଧୀନ)ଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି । ବଡଚଣା ଆସନ ନିମନ୍ତେ ଅଜୟ କୁମାର ସାମଲ (କଂଗ୍ରେସ), ଅମର କୁମାର ନାୟକ (ଭାରତୀୟ ଜନତା ପାର୍ଟି), ବର୍ଷା ପ୍ରିୟଦର୍ଶିନୀ (ବିଜୁ ଜନତା ଦଳ), ବିଜୟ କୁମାର ଦାସ (ଆମ୍ ଆଦ୍ମୀ ପାର୍ଟି), ଲକ୍ଷ୍ମୀ ମଳିକ (ବହୁଜନ ସମାଜ ପାର୍ଟି), ଦେବେନ୍ଦ୍ର କୁମାର ସାମଲ (ନେସନାଲ ଆପନୀ ପାର୍ଟି), ଅଜୟ ଅନୁରାଗ ମହାନ୍ତି, ତରଣି ମଲ୍ଳିକ, ମନୋରଞ୍ଜନ ଜେନା (ସ୍ୱାଧୀନ)ଙ୍କର ନାମାଙ୍କନ ପତ୍ର କାଏମ୍ ରହିଛି । ଧର୍ମଶାଳା ଆସନ ନିମନ୍ତେ କାର୍ତ୍ତିକ ଚନ୍ଦ୍ର ମଲ୍ଳ୍ିକ (ବହୁଜନ ସମାଜ ପାର୍ଟି), କିଷାନ ପଣ୍ଡା ( କଂଗ୍ରେସ), ପ୍ରଣବ କୁମାର ବଳବନ୍ତରାୟ (ବିଜୁ ଜନତା ଦଳ), ସ୍ମୃତିରେଖା ପହି (ଭାରତୀୟ ଜନତା ପାର୍ଟି), କେଦାର ନାଥ ସାହୁ ଏସ୍ୟୁସିଆଇ (କମୁନିଷ୍ଟ), ରଂଜନ କୁମାର ମଲ୍ଲିକ (ମାନସ ଲୋକଶକ୍ତି ଦଳ), ପୁରୁଷୋତ୍ତମ ବେହେରା, ମିନତି ସାହୁ, ସତିଶ କୁମାର ବିଶ୍ୱାଳ, ସିଗ୍ମା ଶୁଭଲକ୍ଷ୍ମୀ, ହିମାଂଶୁ ଶେଖର ସାହୁ, ହିମାଂସୁ ଶେଖର ସାହୁ, ଲାଲୁ ପ୍ରସାଦ କଦମ (ସ୍ୱାଧୀନ)ଙ୍କର ନାମାଙ୍କନ ପତ୍ର କାଏମ୍ ରହିଛି । ଯାଜପୁର ଆସନ ନିମନ୍ତେ ଗୈାତମ ରାୟ (ଭାରତୀୟ ଜନତା ପାର୍ଟି), ରଘୁନାଥ ସେଠୀ (ବହୁଜନ ସମାଜ ପାର୍ଟି), ସୁଜାତା ସାହୁ (ବିଜୁ ଜନତା ଦଳ), ସୁଦିପ କୁମାର କର ( କଂଗ୍ରେସ), ବିଶ୍ୱନାଥ ଦାସ (ସମୃଦ୍ଧ ଓଡିଶା), ଦେବ ପ୍ରକାଶ ମହାନ୍ତି (ସ୍ୱାଧୀନ)ଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି । କୋରେଇ ଆସନ ନିମନ୍ତେ ଅଟଳ କୁମାର ଜେନା (ବହୁଜନ ସମାଜ ପାର୍ଟି), ଆକାଶ ଦାସନାୟକ (ଭାରତୀୟ ଜନତା ପାର୍ଟି), ତ୍ରିନୟନ ରଥ (ଆମ ଆଦମି ପାର୍ଟି), ବନ୍ଦିତା ପରିଡା (କଂଗ୍ରେସ), ସନ୍ଧ୍ୟାରାଣୀ ଦାସ (ବିଜୁ ଜନତା ଦଳ), ଗୋପାଳ କୃଷ୍ଣ ମହାନ୍ତି (ଆମ୍ୱେଦକରାଇଟ ପାର୍ଟି ଅପଂ୍ ଇଣ୍ଡିଆ), ସରୋଜ କର (ପ୍ରଜା ଏକଥା ପାର୍ଟି), ବନମାଳି ରଥ, ବିନୋଦ ବିହାରୀ ଜେନା, ମନୋଜ କୁମାର ପଣ୍ଡା, ରାମଚନ୍ଦ୍ର ବାରିକ, ସହଦେବ ଜେନା (ସ୍ୱଧୀନ) ଏବଂ ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ପ୍ରଦୀପ ବଳ ସାମନ୍ତ (ଭାରତୀୟ ଜନତା ପାର୍ଟି), ପ୍ରୀତିରଂଜନ ଘଡାଇ (ବିଜୁ ଜନତା ଦଳ), ବିଭୂ ଭୂଷଣ ରାଊତ (କଂଗ୍ରେସ), ସିଲି ମଲ୍ଳ୍ିକ (ବହୁଜନ ସମାଜ ପାର୍ଟି), ଦୟାଲରତନ ମହାନ୍ତି (ଆଜସୁ), ଦିପକ କୁମାର ନାୟକ (ଭାରତୀୟ ବିକାଶ ପରିଷଦ), ଲିଲି ମହାନ୍ତ, ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ(କମୁନିଷ୍ଟ), କୁଳମଣି ପାତ୍ର, ଗୁଣମଣି ଶା, ରଣଜିତ କୁମାର ଜାମୁଦା, ରାଖାଲ ପରିଡା, ସନ୍ଦିପ ଚକ୍ର (ସ୍ୱାଧୀନ)ଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସ୍ପଷ୍ଟ ହେବ କେଉଁ ନିର୍ବାଚନ ମଣ୍ଡଳୀରୁ କିଏ କିଏ ପ୍ରାର୍ଥୀ ରହିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
