କେବେ କାର୍ଯ୍ୟକ୍ଷମ ହେବ ଅଗ୍ନିଶମ ଓ ଜରୁରୀ କାଳୀନ ସେବା କେନ୍ଦ୍ରର ନିଜସ୍ୱ କାର୍ଯ୍ୟାଳୟ ?
ଯାଜପୁର ସଦର: ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ପୂର୍ବତନ ସରକାରଙ୍କ ନିଦେ୍ର୍ଦଶନାମା ବଳରେ ଅସ୍ଥାୟୀ ଭାବେ ବରୁଆଁ ଡ଼ାକବଙ୍ଗଳାରେ ନୂତନ ଭାବେ ବରୁଆଁ ଅଗ୍ନିଶମ ଓ ଜରୁରୀ କାଳୀନ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେଲା । ପରେ ବରୁଆଁ ଛକ ନିକଟରେ ଥିବା ଏକ ପୁରାତନ ପରିତ୍ୟକ୍ତ ଭଗ୍ନ ଗୃହକୁ ଯୁଦ୍ଧକାଳୀନ ଭିତିରେ ମରାମତି କରି ତା୨୮ା୬ା୨୦୨୨ ରିଖରେ ଅଗ୍ନିସମ ସେବା ବାହିନୀର ଉଚ୍ଚପଦସ୍ଥ ଅଧିକାରୀଙ୍କ କରକମଳରେ ଉଦଘାଟିତ ହୋଇଥିଲା । ପୁନରାୟ ସେହି ଗୃହରୁ ରାତାରାତି ବରୁଆଁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଗଲା । ଦୀର୍ଘଦିନର ବ୍ୟବଧାନ ପରେ ଏକ ସରକାରୀ ଜାଗାରେ ଗୃହ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ ଏକନୂତନ ଗୃହ ନିର୍ମାଣ କରାଯାଇଛି । ଯଦିଓ ଏହି କାର୍ଯ୍ୟାଳୟର ନିର୍ମାଣ ସରିଛି ହେଲେ ଆଜି ପର୍ଯ୍ୟନ୍ତ ବିଦୁ୍ୟତ୍ ସଂଯୋଗ କରାଯାଉନାହିଁ କି ଠିକାଦାର ଉକ୍ତ ଗୃହକୁ ଅଗ୍ନିଶମ ବିଭାଗକୁ ହସ୍ତାନ୍ତର କରୁନାହିଁ । ଯାହା ଫଳରେ ଅଗ୍ନିଶମ ସେବା ବାହିନୀର ଆଗ୍ନିକ ବାର ଦୁଆର ବୁଲି ନାନାଦି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଆଗକୁ ବର୍ଷାଦିନ ଆସୁଛି ଏହି ଅଞ୍ଚଳ ବନ୍ୟାଞ୍ଚଳ ହୋଇଥିବାରୁ ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ନୂତନ ଗୃହକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।