ଜିଲ୍ଲାରେ ୩୦ହଜାର ନୂଆ ଭୋଟର

ପୁରୀ,: ମତଦାନ ଆମର ସାମ୍ବିଧାନିକ ଅଧିକାର । ସେଥିପାଇଁ ନିର୍ବାଚନକୁ କୁହାଯାଏ  ଗଣତନ୍ତ୍ରର ମହାପର୍ବ । ଏହି ମହାପର୍ବରେ ପ୍ରଥମ ଥର ସାମିଲ ହୋଇଥିବା ଯୁବ ଭୋଟରମାନେ ମତଦାନ କରିବାକୁ ବେଶ ଉତ୍ସାହିତ ଅଛନ୍ତି । ପୁରୀ ଜିଲ୍ଲାରେ ୧୮ରୁ ୧୯ବର୍ଷ ବୟସର ୩୦୯୫୭ଜଣ ଯୁବ ଭୋଟର ରହିଛନ୍ତି । ଯେଉଁମାନେ କି ପ୍ରଥମ ଥର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୬୯୮୦ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୩୯୭୧ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୪ । ସେହିପରି ୨୦ରୁ ୨୯ ବର୍ଷ ବୟସର ୨୬୧୩୫୮ ଜଣ ଭୋଟର ଥିବାବେଳେ ୩୦ରୁ ୩୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୨୯୧୬୭୯ ହୋଇଥିବା ବେଳେ ୪୦ରୁ ୪୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୩୧୬୮୬୭ ହୋଇଥିବାବେଳେ ୫୦ରୁ ୫୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା୨୨୮୮୫୩ । ଜିଲ୍ଲାରେ ୬୦ରୁ ୬୯ ବର୍ଷ ବୟସର ୧୫୬୧୯୮ ହୋଇଥିôବା ବେଳେ ୭୦ରୁ ୭୯ ବର୍ଷ ବୟସର ୮୫୮୮୬, ୮୦ରୁ ୮୯ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୭୪୫୬ ହୋଇଥିବାବେଳେ ୧୦୦ରୁ ୧୦୯ ବର୍ଷ ବୟସର ୫୨୧ଜଣ, ୧୧୦ ରୁ ୧୧୯ ବର୍ଷ ବୟସର ୫୩ଜଣ ଏବଂ ୧୨୦ ବର୍ଷ ବୟସରୁ ଉଦ୍ଧ୍ୱର୍ ୩ଜଣ ଭୋଟର ଅଛନ୍ତି । ସୂଚନାଯୋଗ୍ୟଯେ, ପୁରୀ ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୧୪୧୩୫୧୨ ହୋଇଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭୨୫୭୮୪ ଓ ମହିଳା ଭୋଟରଙ୍କ ସଂଖ୍ୟା ୬୮୭୬୪୩ । ଏହାଛଡ଼ା ଅନ୍ୟାନ୍ୟ ୮୫ଜଣ ଭୋଟର ଅଛନ୍ତି । ୧୫୯୮ଟି ବୁଥ୍ରେ ଏହି ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ମାସ ୨୫ ତାରିଖ ଏବଂ କାକଟପୁର ଓ ନିମାପଡ଼ା ବିଧାନସଭା  ନିର୍ବାଚନ ମଣ୍ଡଳୀରେ ଜୁନ୍ ମାସ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ । ସମସ୍ତ ମତଦାତା ନିଜନିଜ ବୁଥ୍ରେ ନିଶ୍ଚିତଭାବେ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି ।