ଏଥର ବିଜେପିକୁ ପଶ୍ଚିମବଙ୍ଗରେ ମିଳିବ ବଡ଼ ସଫଳତା: ପ୍ରଧାନମନ୍ତ୍ରୀ ମୋଦି

ଏଥର ବିଜେପିକୁ ପଶ୍ଚିମବଙ୍ଗରେ ମିଳିବ  ବଡ଼ ସଫଳତା:  ପ୍ରଧାନମନ୍ତ୍ରୀ ମୋଦି

ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ।  ମାତ୍ର ଦିନ କେଇଟା ପରେ ଫଳାଫଳ ଆସିବ। ଏହାପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗରେ ବିଜେପି  କ୍ଲିନ୍‌ ସ୍ୱିପ୍‌ କରିବ। ମାତ୍ର କ୍ଷମତାରେ ଥିବା ଦିଦିଙ୍କ ଦଳ ନିଜ ଅସ୍ତିତ୍ୱ ରକ୍ଷା କରିବାକୁ ସଂଘର୍ଷ କରୁଥିବା କହିଛନ୍ତି ମୋଦି।

ଆଜି ଖବର ସରବାରହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ବିଜେପି ସବୁଠାରୁ ଅଧିକ ମତଦାନ ପାଇବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ରାଜ୍ୟରେ ଲୋକସଭା ନିର୍ବାଚନ ଏକପାଖିଆ ହୋଇଛି। ତୃଣମୂଳ କଂଗ୍ରେସ ତଥା ଟିଏମ୍‌ସି ନେତାମାନେ ଏଥର ନିରାଶ ହୋଇଛନ୍ତି। ଏଥର ବିଜେପିକୁ ପଶ୍ଚିମବଙ୍ଗରେ ବଡ଼ ସଫଳତା ମିଳିବ ବୋଲି ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି, ଗତ ବିଧାନସଭା ନିର୍ବାଚନରେ ​​ ଆମର ତିନୋଟି ସିଟ୍ ଥିଲା। ପଶ୍ଚିମବଙ୍ଗ ଲୋକମାନେ ଆମକୁ ୩ ରୁ ୮୦ ପର୍ଯ୍ୟନ୍ତ ପହଞ୍ଚିଇଥିଲେ। ଗତ ନିର୍ବାଚନରେ ଆମକୁ ବିପୁଳ ସମର୍ଥନ ମିଳିଥିଲା। ଏଥର ପଶ୍ଚିମବଙ୍ଗରେ ବିଜେପି କ୍ଲିନ୍‌ ସ୍ୱିପ୍‌ କରିବ। ଏଠାରେ ଦଳ ସର୍ବାଧିକ ସଫଳତା ପାଇବାକୁ ଯାଉଛି।'