ଯୋଶରେ ଅପରାଜିତା, ଟେନସନରେ ବିଜେଡ଼ି
ଭୁବନେଶ୍ୱର: ଭୁବନେଶ୍ୱର ଅଙ୍କ ଗଡ଼ବଡ଼ ହୋଇଯାଇଛି । ବିଜେଡ଼ି ଯେଉଁ ସମୀକରଣ କଥା ଚିନ୍ତା କରି ବାଜିମାତ୍ କରିବାକୁ ଆଶା ରଖିଥିଲା ତାହା କିନ୍ତୁ ସେତେଟା ସଫଳ ହୋଇନାହିଁ । ଫଳରେ ଭୁବନେଶ୍ୱରରେ ଅପରାଜିତାଙ୍କ ଯୋଶ ବଢ଼ିଯାଇଥିବାବେଳେ ବିଜେଡ଼ିର କିନ୍ତୁ ଟେନସନ ବଢ଼ିଯାଇଛି । ନିର୍ବାଚନ ପୂର୍ବର ମାହୋଲ ଓ ଭୋଟ ପରର ମାହୋଲରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ସମୀକରଣ ଆଧାରରେ ବିଜେଡ଼ି ଯେଉଁଠି ଭଲ ଭୋଟ ଭିଡ଼ିବାକୁ ଲକ୍ଷ୍ୟ ରଖିଥିଲା ସେଭଳି କିନ୍ତୁ ପ୍ରତୀୟମାନ ହୋଇନାହିଁ । ବେଗୁନିଆରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ୩୦ ହଜାରର ରୁଦ୍ଧ୍ୱର୍ ଭୋଟରେ ବାଜିମାତ କରିବାର ସମ୍ଭାବନା ରହିଛି । କିନ୍ତୁ ଗତଥର ଭଳି ଏଥର ମଧ୍ୟ ଲୋକମାନେ ନବୀନଙ୍କ ଶଙ୍ଖ ଓ ମୋଦିଙ୍କ ପଦ୍ମକୁ ଭୋଟ ଦେଇଥିବା ପରିଲକ୍ଷିତ ହୋଇଛି । ଫଳରେ ବେଗୁନିଆରେ ମନ୍ମଥ ୨୦ ହଜାର ଭୋଟ ଭିତରେ ଆଗୁଆ ରହିବେ । ଖୋର୍ଦ୍ଧାରେ ଗତଥର ଭଳି ଏଥର ମଧ୍ୟ ଅପରାଜିତା ୨୦ ହଜାରରୁ ଊଦ୍ଧ୍ୱର୍ ଲିଡ଼୍ ନେବାର ସମ୍ଭାବନା ରହିଛି । ଏମିତିକି ଖୋର୍ଦ୍ଧାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ବି ହୋଇଛି । ଜଟଣୀରେ ମନ୍ମଥ ଏକପାଖିଆ ଭୋଟ ନେବେବୋଲି ମନେ କରାଯାଉଥିଲା । କିନ୍ତୁ ସେଠାରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନାଙ୍କୁ ଠାରୁ କଡ଼ା ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଜଟଣୀରୁ ମନ୍ମଥ ୪୦ ହଜାରରୁ ଊଦ୍ଧ୍ୱର୍ ଭୋଟ ଟାଣିବେ ବୋଲି ଅଙ୍କ କଷା ହେଉଥିଲା । କିନ୍ତୁ ଏବେ ତାଙ୍କର ଲିଡ଼ ୨୫ ହଜାର ମଧ୍ୟରେ ସୀମିତ ରହିବ ବୋଲି ଆଶା କରାଯାଉଛି । ଭୁବନେଶ୍ୱରରେ ଏଥର ମତଦାନ ହାର ପୂର୍ବାପେକ୍ଷା ଅଧିକ ରହିଛି । ମତଦାନ ବଢ଼ିବାର କାରଣ ହେଉଛି, ଭୋଟ ଦେବାକୁ ଆସୁନଥିବା ବୁଦ୍ଧିଜୀବୀ ଗୋଷ୍ଠୀ ବୁଥ୍ ମୁହାଁ ହୋଇଛନ୍ତି । ଯଦି ସେଭଳି ହୋଇଥାଏ ତେବେ ବିଜେପି ଅଧିକ ଭୋଟ ଭିଡ଼ିପାରିବ । ଯେଉଁଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥାଏ ସେଠାରେ ବିଜେପିର ସାଂସଦ ପ୍ରାର୍ଥୀ ଅଧିକ ଭୋଟ ନେଇଥିବାର ଅନେକ ନଜିର ରହିଛି । ଗାଏମୋଟ୍ କହିଲେ ଭୁବନେଶ୍ୱରରେ ଅପରାଜିତା ଅଧିକ ଭୋଟ ପାଇବାର ସମ୍ଭାବନା ରହିଛି । ଜୟଦେବରେ ସବୁବେଳେ ବିଜେଡ଼ି ଭଲ ଲିଡ଼୍ ନେଇଥାଏ । ତେଣୁ ଏଥର ମଧ୍ୟ ବିଜେଡ଼ି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ସେଠାରୁ ଲିଡ଼ ନେବେ । ମୋଟାମୋଟି ଭାବେ ଅଙ୍କକୁ ଦେଖିଲେ ଅପରାଜିତା ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଲିଡ଼୍ ନେବାର ଥିବାବେଳେ ଜୟଦେବ, ଜଟଣୀ ଓ ବେଗୁନିଆରେ ମନ୍ମଥ ଲିଡ଼୍ ନେବେ । ତେଣୁ ଭୁବନେଶ୍ୱରର ଲିଡ୍ ଉପରେ ହିଁ ଅପରାଜିତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କୁହାଯାଇପାେ