ଶାନ୍ତି ରକ୍ଷା ପାଇଁ ପୁଲିସ ପକ୍ଷରୁ ଆଲୋଚନା 

 ବିଞ୍ଝାରପୁର : ଆଗକୁ ଆସୁଛି ବକ୍ରି ଇଦ୍ ପର୍ବ । ଯାହାକୁ ଅଖିଆଗରେ ରଖି ବିଞ୍ଝାରପୁର ଥାନା ପରିସରରେ ଶାନ୍ତିରକ୍ଷା ପାଇଁ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ଡିଏସପି  ବାମଦେବ ନନ୍ଦ, ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ବିଞ୍ଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ମୁସଲିମ୍ ସମ୍ପ୍ରଦାୟର ମୁରବୀ ଉପସ୍ଥିତ ରହିଥିଲେ । କେମିତି ସାମ୍ପ୍ରଦାୟିକ ଘଟଣା ନଘଟୁ ସେଥିପାଇଁ ସମସ୍ତେ ସଚେତନ ହେବା ଉଦେଶ୍ୟରେ ଆଲୋଚନା କରାଯାଇଥିଲା । ଉଭୟ ହିନ୍ଦୁ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବାକୁ ଉଭୟ ପୁଲିସ୍ ଅଧିକାରୀ ନିବେଦନ କରିଥିଲେ । ଆଲୋଚନାରେ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ, ସୁବୋଧ ଧଳ, ଅଶୋକ ସାହୁ, ସଞ୍ଜୀବ ସାହୁ, ଆଲୋକ ମହାନ୍ତି, ଦାସ୍ ମୁରାରୀ ମୋହନ, ନିର୍ମଳ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।