ବିକାଶ ମେଳା ନେଇ ସମୀକ୍ଷା ବୈଠକ
ଜଗତସିଂହପୁର : ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ବିକାଶ ମେଳା ୨୦୨୫ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଓସ୍ୱାନ୍ ଭି ସି ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିକାଶ ମେଳା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଜୁନ ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ । ୧୩ ତାରିଖରେ ପ୍ରଭାରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପଲ୍ଲୀଶ୍ରୀ ମେଳା ଉଦଘାଟନ କରିବେ । ଏହି ମେଳାରେ ୫ ହଜାର ଜନ ସମାଗମ ହେବ । ସ୍କିମ୍ ଅନୁଯାୟୀ ହିତାଧିକାରୀ ମାନଙ୍କୁ ସୁବିଧା ପ୍ରଦାନ, ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା, ସଫଳ କାହାଣୀ ବୁକଲେଟ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ, ଆଇ.ଇ.ସି କ୍ରିୟାକଳାପ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମସô୍ୟ ଓ ପ୍ରାଣୀ ସମ୍ପଦ, ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ, ହାଣ୍ଡିକ୍ରାଫ୍ଟ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଶ୍ରମ, କ୍ରୀଡା ବିଭାଗ ପକ୍ଷରୁ ଜୁନ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସେମିନାର ଆୟୋଜନ, ପେଣ୍ଟିଂ, ସୁସ୍ୱାଦୁ ଖାଦ୍ୟ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା, ରଜଦୋଳି, ମେହେନ୍ଦି, ନେଲ ଆର୍ଟ,ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଗଛ ବଣ୍ଟନ, ନିଶା ନିବାରଣ ସଚେତନତା ଅଭିଯାନ, ଇତ୍ୟାଦି ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ ।