କୃଷକ ତାଲିମଦାତାଙ୍କ ତାଲିମ ଶିବିର
ାା ପ୍ରଭାନୁ୍ୟଜ ।ା ଚମ୍ପୁଆ: ମୁଖ୍ୟଜିଲା କୃଷିଅଧିକାରୀ କେନ୍ଦୁଝର ସୌଜନ୍ୟରେ ଚମ୍ପୁଆ କୃଷିକାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ମକା ମିସନ ଆନୁକୂଲ୍ୟରେ କୃଷକ ତାଲିମଦାତାଙ୍କ ପାଇଁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏଡିଓ ସତ୍ୟବାନ ସୋରେନ, ମୃତିକାବିଭାଗ ଏଡିଏ ରବିନ୍ଦ୍ର କୁମାର ସାହୁ, ବ୍ଲକ କୃଷିଅଧିକାରୀ ନିଳମାଧବ ଦାଶ, ସହକାରୀ କୃଷିଅଧିକାରୀ ରମାମଣି ସାହୁ, ପ୍ରମୁଖ ଯୋଗଦେଇ କୃଷକ ତାଲିମ ଦାତାଙ୍କୁ ତାଲିମ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ମକାମିଶନ ଦ୍ୱାରା ସଫଳ ୩୦ଜଣ ଚାଷିଙ୍କୁ ଚୟନ କରାଯାଇ ଏହି ତାଲିମ ପ୍ରଦାନ କରାଯାଇଥିବା ବେଳେ ମକାର ବିଭିନ୍ନ ବ୍ୟବହାର, ରୋଗପୋକ ନିୟନ୍ତ୍ରଣ ସହିତ ଚାଷୀଙ୍କ ଠାରୁ ଚାଷସମ୍ବନ୍ଧୀୟ ସମସ୍ୟା ଓ ସଫଳତା ଉପରେ ଆଲୋଚନା ହୋଇଥିଲା । ତାଲିମ ଚାଷୀମାନେ ଅନ୍ୟ ଚାଷୀଙ୍କୁ ଉସôାହିତ କରିବା ସହିତ ଚାଷସମ୍ବନ୍ଧିୟ ପରାର୍ମଶ ପ୍ରଦାନ କରିବେ ବୋଲି ଜଣାଯାଇଛି ।