ସୁସ୍ଥ ରହିବା ପାଇଁ ଯୋଗ ଆବଶ୍ୟକ

 ଭୁବନେଶ୍ୱର  : ଟିପିସିଓଡିଏଲ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଟିପିସିଓଡିଏଲର କର୍ପୋରେଟ କାର୍ଯ୍ୟାଳୟ ସମେତ ସମସ୍ତ ସର୍କଲ, ଡିଭିଜନ ଓ ଟେକନୋଲୋଜି ସେଣ୍ଟରରେ ଏହି ଯୋଗ ଦିବସ ପାଳିତ ହୋଇଛି । ଟିପିସିଓଡିଏଲ ସିଇଓ ଅରିଭିନ୍ଦ୍ ସିଂହଙ୍କ ନେତୃତ୍ୱରେ ଟିପିସିଓଡିଏଲ କର୍ମଚାରୀ ଓ ଅଧିକାରୀମାନେ ସାମିଲ ହୋଇ ଯୋଗ କରିଥିଲେ । ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ଏହି ଅବସରରେ ଶ୍ରୀ ସିଂହ କହିଥିଲେ ଯେ ଯୋଗ ଏକ ସୁସ୍ଥ, ଶାରୀରିକ ଓ ମାନସିକସ୍ତରରେ ରହିବା ପାଇଁ ସର୍ବୋତ୍ତମ ଉପାୟ । ଉନ୍ନତ ସ୍ୱାସ୍ଥ୍ୟ, ଶକ୍ତି ଓ ଶାନ୍ତି ପାଇଁ ଯୋଗକୁ ନିୟମିତ ଅଭ୍ୟାସ କରିବା ଆବଶ୍ୟକ । ନିଜର ଓ ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ  । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ  ।