ସମସ୍ୟା ସଂପର୍କରେ ମତଦାତାଙ୍କ ସହ ଆଲୋଚନା କଲେ ଆକାଶ
ଯାଜପୁର,: କୋରେଇ ବିଧାୟକ ଆକାଶ ଦାସନାୟକ ନିର୍ବାଚିତ ହେବା ପରେ ବିଭିନ୍ନ ପଞ୍ଚାୟତରେ ଆୟୋଜିତ ମତଦାନ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହେବା ବେଳେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ତାହାର ସମାଧାନ ପ୍ରତିିଶ୍ରୁତି ଦେଇଛନ୍ତି ।
ଇତିମଧ୍ୟରେ ଆକାଶ କୋରେଇ ବ୍ଲକର ଅସନଝର, ରଣପୁର, ବରୁଣ୍ଡେଇ, ବନ୍ଦାଳ ପଞ୍ଚାୟତରେ ମତଦାନ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିଛନ୍ତି । ଅସନଝର ପଞ୍ଚାୟତ ସୋଲବନ୍ଦୀ ଗ୍ରାମର ଲକ୍ଷ୍ମୀମନ୍ଦିର ଓ ଅସନଝର ଗ୍ରାମର ଆଖଣ୍ଡଳମଣୀ ପୀଠ ଠାରେ ପୂଜାର୍ଚ୍ଚନା କରି ସାଧାରଣ ମତଦାତାମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସ୍ଥାନୀୟ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ରଣପୁର ଗ୍ରାମର ସନ୍ତୋଷୀ ମା’ମନ୍ଦିର, ଗୋପାଳପୁର ଗ୍ରାମର ମହାଦେବ ମନ୍ଦିର ଓ ସାଆଁଳା ଗ୍ରାମର ଗ୍ରାମଦେବତୀ ସାଆଁଳାଶୁଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେଠାରେ ଏକତ୍ରିତ ମତଦାତାଙ୍କ ସହିତ ଅଞ୍ଚଳର ସାଧାରଣ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସେହି ସମସ୍ୟା ଗୁଡିକ କିପରି ସମାଧାନ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବରୁଣ୍ଡେଇ ପଞ୍ଚାୟତର ବରୁଣ୍ଡେଇ ଗ୍ରାମର ହିରନେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଞ୍ଚଳବାସୀଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସେଗୁଡିକ ଆଗାମୀ ଦିନରେ କିପରି ସମାଧାନ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସେହିପରି ବନ୍ଦାଳ ପଞ୍ଚାୟତ ତାରିଣୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ମତଦାତାମାନଙ୍କୁ ଧନ୍ୟବାଦ ଦେବା ସହିତ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ୧ନଂ ଜୋନ୍ ମଣ୍ଡଳ ସଭାପତି ନୀଳମାଧବ ଚକ୍ର, ଅସନଝର ପଞ୍ଚାୟତର ମମତାମଞ୍ଜରୀ ସ୍ୱାଇଁ, ସୁବ୍ରତ କୁମାର ସ୍ୱାଇଁ, ପଞ୍ଚାୟତ ପ୍ରମୁଖ ପ୍ରହଲ୍ଲାଦ ଜେନା, ସୁରେଶ କୁମାର ବେହେରା, ମଳୟ ଖଟୁଆ, ଦୀପ୍ତିମୟୀ କୁଅଁର, ରଣପୁର ସରପଞ୍ଚ ସୁକାନ୍ତି ସାହୁ, ପଞ୍ଚାୟତ ପ୍ରମୁଖ ପ୍ରତାପ କୁମାର ସାହୁ, ଯୁବ ସଭାପତି ସରୋଜ କୁମାର ସାହୁ, ନକୁଳ ସାମନ୍ତରାୟ, ତ୍ରିଲୋଚନ ପହି, ବରୁଣ୍ଡେଇ ସରପଞ୍ଚ ଲିପ୍ସା ପରିଡା, ଉଦୟ ପରିଡା, ପ୍ରକାଶ ଧଳ, ପ୍ରକାଶ ସାହୁ, ଜୟନ୍ତୀ ସାହୁ, ଅଭୟ ପରିଡା, ଆଲୋକ ମଲ୍ଲିକ, ଚନ୍ଦ୍ରମଣି ସାହୁ, ସନାତନ ପଣ୍ଡା, ପ୍ରଶାନ୍ତ ନାୟକ, ଶତୃଘ୍ନ ପଣ୍ଡା, ଗୋପାଳ ଜେନା, ଦାମୋଦର ଖଣ୍ଡାଇ, ବନ୍ଦାଳ ସରପଞ୍ଚ ବିଷ୍ଣୁ ରଥ, ପଞ୍ଚାୟତ ପ୍ରମୁଖ ବଳରାମ ରଥ, ଜଗବନ୍ଧୁ ଜେନା, କନ୍ତୋର ପୂର୍ବତନ ସମିତି ସଭ୍ୟ ଅଶୋକ ବାରିକ, ପାଣିକୋଇଲି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଏସ୍.କେ. ଜହର ଅଲ୍ଲୀ, ଦିବାକର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।