ସର୍ବଭାରତୀୟ କବାଡି, ବର୍ଷା ବାଧକ

 କୁଆଖିଆ : ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଖଣ୍ଡିତର ଠାରେ ଚାଲିଥିବା ସର୍ବଭାରତୀୟ କବାଡି ଟୁର୍ଣ୍ଣାମେଣ୍ଟ୍ର ଆଜି ଉଦଯାପନୀ ଦିବସ ଥିବାବେଳେ ସେଥିରେ ବର୍ଷା ଦାଉ ସାଜିଥିବା ଦେଖା ଯାଇଛି  । ଯାହାଫଳରେ ହେବାକୁ ଥିବା ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ର  ଖେଳ ହୋଇପାରିନାହିଁ । ଏହି ମ୍ୟାଚ୍ ୫ ଟି ପୁରୁଷ ଓ ମହିଳା ଦଳଙ୍କ ମଧ୍ୟରେ ହେବାର ଥିବାବେଳେ ଅପରାହ୍ନ ୫ ଟା ସମୟରେ ପ୍ରବଳ ବର୍ଷା ଓ ବଜ୍ରାଘାତ ହୋଇଥିଲା । ଆସୋସିଏସନ ପକ୍ଷରୁ ପଡିଆକୁ ପଲିଥିନ ଘୋଡ଼େଇ  ରଖିଥିଲେ ହେଁ  ରାତି ୮ ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ତେବେ ଏହି ପରିପ୍ରେକ୍ଷୀରେ କୋରେଇ ବିଧାୟକ ଆକାଶ ଦାସନାୟକ ପହଞ୍ଚି  ଖେଳ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଖେଳାଳି ଓ ଦର୍ଶକ ମାନଙ୍କୁ ଉଦବୋଧନ ଦେଇ ଚାଲି ଯାଇଥିଲେ  । ତେବେ ରାତି ୯ ଟା ସୁଧା ଖେଳ ଅସମାପ୍ତ ଥିବାବେଳେ ପରବର୍ତ୍ତୀ ନିଷ୍ପତ୍ତି ପାଇଁ ଆସୋସିଏସନ ପକ୍ଷରୁ ଏକ ବିଚାରବିମର୍ଶ ଚାଲିଥିଲା  । ଏଥିରେ ସଭାପତି ପ୍ରଦୀପ କୁମାର ସେଠୀ,  ଉପସଭାପତି କୃଷ୍ଣକାନ୍ତ ପଣ୍ଡା, ଉପଦେଷ୍ଟା ରବିନ୍ଦ୍ର ପୃଷ୍ଟି, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସମ୍ପାଦକ ସମରେନ୍ଦ୍ର ଦାଶ,  ଅଭୟ କୁମାର ମହାନ୍ତି, ବିଭୂକଲ୍ୟାଣ ଦାଶ, ସରପଞ୍ଚ ସୁରେନ୍ଦ୍ର କୁମାର ତିଆଡି ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଅଫିସିଆଲ୍ ଉପସ୍ଥିତ ଥିଲେ ।