ତାଳଚେର:ସରଗରମ ରାଜନୀତି, ସନେ୍ଦହରେ ନେତା
ତାଳଚେରରୁ ଅକ୍ଷୟ କୁମାର ମହାରଣା
ତାଳଚେର ମେଡ଼ିକାଲ କଲେଜ ପ୍ରାୟ ୫ବର୍ଷ ହେବ ଚାଲୁନହେବା, ସ୍ଥାନୀୟବାସୀଙ୍କ ମୌଳିକ ସମସ୍ୟା, ଧୂଳିଧୂଆଁରେ ଜର୍ଜରିତ ବାସୀନ୍ଦା, ରାସ୍ତାରେ ହେଉନି ପାଣି ସିଂହଚନ, ଟ୍ରାଫିକ୍ ଯନ୍ତ୍ରଣାରେ ଦହଗଞ୍ଜ, ମଣ୍ଡାପାଳ ଚିକିତ୍ସାଳୟରେ ହେଉନି ସଠିକ୍ ଚିକତ୍ସା, ରାଜୁଡ଼ା ଅମଳର ପ୍ରାୟ ପୋଖରୀ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ, ତାଳଚେର ସୌନ୍ଦର୍ଯ୍ୟ କରଣ ବାଟବଣା, ଜଙ୍ଗଲ ନଷ୍ଟ, ଜଳକଷ୍ଟ ସମସ୍ୟା, ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପ୍ରଜାଙ୍କ ବର୍ଷବର୍ଷ ଧରି ଲାଗି ରହିଥିବା ସମସ୍ୟା, ଆବାସ ଯୋଜନାରେ ଅନିୟମିତତା, ନେତାଙ୍କ ଦ୍ୱାରା ଏକାଧିକ ରାସ୍ତାରୋକ ଆନେ୍ଦାଳନ ଫଳଶୂନ, ତାଳଚେର ସ୍ୱାସ୍ଥ୍ୟ, ଶିକ୍ଷାକ୍ଷେତ୍ରରେ ଅବହେଳିତ, ଗ୍ରୀଷ୍ମପ୍ରବାହ ଦାଉରୁ ନିସ୍ତାର ପାଇଁ କୌଣସି ବିକଳ୍ପ ନାହିଁ, ଧୂଳିଧୂଅାଁ ଖାଇ ଛୁଆ ପଢ଼ୁଛନ୍ତି ପାଠ, ଭୂତଳ ଖଣିରୁ କୋଇଲା ଉତ୍ତୋଳନ ପରେ ହେଉନି ବାଲି ଭର୍ତ୍ତି ଏସବୁ ସମସ୍ୟାକୁ ନେଇ କ୍ଷମତାରେ ରହୁଥିବା ନେତାଙ୍କ ପାରିବା ପଣିଆକୁ ଅଂଚଳବାସୀ ନିନ୍ଦା କରୁଥିବା ଶୁଣିବାକୁ ମିଳୁଛି । ଲୋକେ ତାତି ଗୁଳୁଗୁଳିରେ ଝଟପଟ ହେଉଥିବା ବେଳେ ନେତାମାନେ ରାସ୍ତାରୋକ୍, ଧର୍ମଘଟ ଓ ଆନେ୍ଦାଳନ କରି ନିଜ ପକେଟ୍ ଗରମ କରି ଏଆର୍ କଣ୍ଡିସନର୍ ଘରେ ରହି ଦୀର୍ଘ ନିଶ୍ୱାସ ନେଉଥିବା ଶୁଣାଯାଉଛି । କିଛି ନେତା ଖଣିିଖାଦାନରେ ଟେଣ୍ଡର ମାଧ୍ୟମରେ କାମ ଆଣି ଅନ୍ୟ ଲୋକଙ୍କୁ ପେଟି ଠିକାଦରୀ ହିସାବରେ କାମ ଦିଆଯାଉଛି ବୋଲି ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ ।
ତେଣୁ ଏଗୁଡ଼ିକ ସମସ୍ୟାକୁ ନେଇ ଏବେ ତାଳଚର ରାଜନୀତି ବଜାର ପୁରା ସରଗରମ, ସକାଳୁ ଉଠିଲେ ଚା’ଖଟି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନ ମାନଙ୍କରେ ରାଜନୀତି ଚର୍ଚ୍ଚା! କିଏ କଳାହୀରା ସହରରେ ବିଜୟ ମୁକୁଟ ପିନ୍ଧିବ, ତାକୁ ନେଇ ଲୋକଙ୍କ ମନରେ କଳ୍ପନା ଜଳ୍ପନା ଆରମ୍ଭ କରି ଦେଇଛି । କିଛି କିଛି ସ୍ଥାନରେ ଶୁଣିବାକୁ ମିଳେ ପୂର୍ବରୁ ଯେଉଁ ନେତା କୋଇଲା ନଗରୀ ତାଳଚେର ସହରର ମୁକୁଟ ଧାରଣା କରିଥିଲେ, ସେମାନେ ବିକାଶ ଦିଗରେ ଫେଲ ମାରିଥିବା କୁହାଯାଉଛି । ତେଣୁ ସମସ୍ୟା ଦିଗରେ ସଚେତନ ନାଗରୀକ ଭୋଟରମାନେ ଏଥର ହେବେ ଏପଟ ସେପଟ୍! ନେତାଏଁ ଭୋଟର ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଇବାକୁ କରିବେ ବଡ଼ ପ୍ରୟାସ୍ । କିଛି ରାଜନୈତିକ ଦଳ ନିଜର କର୍ମୀମାନଙ୍କୁ ନେଇ ଘରଘର ଦୋକାନ ବଜାର ଘୂରୀବୁଲିବା ଆରମ୍ଭ କରି ଦେଲେଣି । କସରତ ଯୋରଦାର ହେବାଭଳି ମନେ ହେଉଛି । ଏବେ ଠାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ନେତାଙ୍କ ହୃଦୟ ହେଉଛି କମ୍ପନ, ପଶିଛି ଛନକା! ସୂଚନା ଅନୁସାରେ ନେତାମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ ଜିଲ୍ଳା ଉନ୍ନୟନ କାର୍ଯ୍ୟ ବାଟବଣା ହେଉଛି । କେତେକ ସରକାରୀ ଅଧିକାରୀଙ୍କ ସ୍ୱେଚ୍ଛାଚାରିତ ବଢ଼ି ଚାଲିଥିବା ବେଳେ ନେତା ଓ ଜନପ୍ରତିନିଧି ନିରବଦ୍ରଷ୍ଟା ସାଜିଛନ୍ତି । ଶାସକଦଳର ନେତାମାନେ ନିଜ ନିଜ ସୁବିଧାରେ ରହୁଥିବା ବେଳେ ବିରୋଧିଦଳର କୌଣସି ଭୂମିକା ରହୁନି । ଲୋକଙ୍କ ପ୍ରତିବାଦର ସ୍ୱର ଉଠୁନଥିବାରୁ ରାଜନେତା ଓ ଅଧିକାରୀ ଏହାର ସୁଯୋଗ ନେଉଛନ୍ତି । ବିଭିନ୍ନ ସମସ୍ୟା ସହ ଯୁଝୁଥିବା ବେଳେ କ୍ଷମତାଶୀଳ ରାଜନେତା ବ୍ୟକ୍ତିଙ୍କ ସମସ୍ୟା ଠାରୁ ଦୂରେଇ ରହୁଛନ୍ତି । କେବଳ ନିର୍ବାଚନ ଆସିଲେ ରାଜନୈତିକ ଦଳଗୁଡ଼ିକ ତତ୍ପରତା ପ୍ରକାଶ କରିଥାଏ । ମିଛ ପ୍ରତିଶ୍ରୁତି ଦେବା ଓ ଲୋକଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଭୋଟ୍ ହାତେଇବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି । ପଂଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଶାସକ ଦଳକୁ ଦୀର୍ଘ ବର୍ଷ ଧରି ସମର୍ଥନ ଦେଇ ଆସୁଛନ୍ତି । ଏହା ବଦଳରେ ଜିଲ୍ଲାରେ ଯେଉଁ ଅଗ୍ରଗତି ହେବା କଥା ତାହା ହୋଇପାରୁନି । କେବଳ ରାଜ୍ୟ ବ୍ୟାପି ହେଉନଥିବା ଗରୀବ କଲ୍ୟାଣ ଯୋଜନା ଏକମାତ୍ର । ଅନ୍ୟ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲା ଯାଉଥିବା ବେଳେ ଏଠି ସମସ୍ତ ସୁବିଧା ଥାଇ ମଧ୍ୟ ତାହା ହୋଇପାରୁନି । ରାଜ୍ୟ ସରକାର ବିଭିନ୍ନ ଜିଲ୍ଳାରେ ଶିଳ୍ପପ୍ରତିଷ୍ଠାନ କରିବାକୁ ପୁଞ୍ଜି ନିବେଶକାରୀଙ୍କ ସହ ଚୁକ୍ତି କରୁଥିବା ବେଳେ ଲୋକଙ୍କ ସମସ୍ୟା ଦୂର ହେଉନି । ସହରରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ରାସ୍ତା ପ୍ରଶସ୍ତିକରଣ ଏପର୍ଯ୍ୟନ୍ତ କରାଯାଇ ନାହିଁ । ଏପରି ମାଳମାଳ ସମସ୍ୟା ମଧ୍ୟରେ ପାନୀୟଜଳ ସମସ୍ୟା ବସ୍ ଓ ଟ୍ରେନ୍ ଯାତ୍ରୀଙ୍କ ସମସ୍ୟାର, ସହର ଡ଼୍ରେନେଜ୍ ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଶିକ୍ଷାବ୍ୟବସ୍ଥା ଭଳି ସମସ୍ୟା ଲାଗି ରହିଛି । ରାଜନୈତିକ ଦଳର ମୁଖିଆମାନେ ପ୍ରାର୍ଥି ମନୋୟନ ସମୟରେ ଜନସମ୍ପର୍କ ସମୟରେ ଲୋକପିୟତାକୁ ଗୁରୁତ୍ୱନଦେଇ ପ୍ରତୀୟମାନ ହେଉଛି । ଫଳରେ ଜନସମ୍ପର୍କ ରଖୁଥିବା ବରିଷ୍ଠ କର୍ମୀମାନେ ଓ ନେତା ଦଳୀୟ ପାର୍ଥିରୁ ବଂଚିତ ହୋଇ ଆଗକୁ ବଢ଼ିପାରୁ ନାହାନ୍ତି । ରାଜନୀତି ପାଦ ଥାପୁଥିବା ସାଧାରଣ କର୍ମୀ ହତାଶ ହୋଇ ଜନସମସ୍ୟା ସମ୍ପର୍କରେ ଚିନ୍ତା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଜିଲ୍ଳାରେ ଦୀର୍ଘବର୍ଷ ଧରି ଜନସମସ୍ୟାର ନିରାକରଣ ପାଇଁ ନେତୃତ୍ୱ ଅଭାବ ପରିଲକ୍ଷିତ ହେଉଛି । ଜିଲ୍ଳାର ପ୍ରମୁଖ ରାଜନୈତିକ ଦଳ ନେତୃତ୍ୱ, ସ୍ଥାନୀୟ ମୌଳିକ ସମସ୍ୟା ଠାରୁ ଦୂରେଇ ରହୁଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ସରକାରୀ କଳର ଉଦାସୀନତା ଯୋଗୁଁ ଆରମ୍ଭ ହୋଇ ପାରୁନଥିବା ବେଳେ ଅନ୍ୟ କେତକ ଅଧାଗଢ଼ା ହୋଇ ରହିଛି । ସରକାର ବିଭିନ୍ନ ଯୋଜନାରେ କୋଟି କୋଟିଟଙ୍କା ଆସୁଥିବା, ଟଙ୍କା ଦ୍ୱାରା ସାଧାରଣ ଜନତା କିଭଳି ଭାବେ ଉପ୍ରକୃତ ହେଉଛନ୍ତି, ତାହାର ମଧ୍ୟ ପ୍ରତ୍ୟେକ୍ଷ ତଦାରଖ କରାଯାଉ ନାହିଁ । ସରକାରୀ ଅଧିକାରୀ ମାନେ ନିଜ ଇଚ୍ଛାରେ କାର୍ଯ୍ୟ କରି ଚାଲିଛନ୍ତି । ରାଜନୀତି ବନାମ ‘ତାଳଚେର’ ବିକାଶରେ ଦିଗହରା କଳାହୀରା ସହର ବହୁଳ ସମସ୍ୟାରେ ଛନ୍ଦି ହୋଇଥିବା କୋଇଲାନଗରୀ ଏବେ ସଚେତନ ନାଗରୀକ ହାତରେ ତେଣୁ ମଝି ପାହାଁଚରେ ନେତାଏ ଉବୁଟୁବୁ । ଏଥର ଲୋକଙ୍କ ରାଜନୀତି କୁଆଡ଼େ ଗତି କରୁଛି ତାହା ଠଉରେଇବା ସମ୍ଭବ ହେଉନି ।