ବିଦ୍ୟାଳୟର ବାର୍ଷିକୋତ୍ସବ
ବରୀ: ବରୀ ଶିକ୍ଷାମଣ୍ଡଳ ଅଧିନ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନଶିକ୍ଷକ ଅକ୍ଷୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଏବିଇଓ ସୁରେନ୍ଦ୍ର ସାହୁ, ମୁଖ୍ୟବକ୍ତା ରସୁଲପୁର ଶିକ୍ଷାମଣ୍ଡଳର ଏବିଇଓ ଡ. ପ୍ରଭଂଜନ ପତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଗଠନରେ ଶିକ୍ଷକଙ୍କ ଗୁରୁତ୍ୱପୁର୍ଣ ଭୂମିକା ରହିଛି ବୋଲି କହିଥିଲେ । ସମ୍ମାନିତଅତିଥି ପ୍ରଧାନ ଆଚାର୍ଯ୍ୟ ଉପେନ୍ଦ୍ର ସାହାଣି, ପୂର୍ବତନ ସରପଞ୍ଚ ମଧୁସୂଦନ ପାତ୍ର, ପକ୍ଷଗାରାମ ଗେଡି, ବଟକୃଷ୍ଣ ସାହାଣି, ଶିକ୍ଷକ ପ୍ରଦୀପ ମଲ୍ଲିକ, ସ୍କୁଲ ପରିଚାଳନା କମିଟି ସଭାପତି କାର୍ତ୍ତିକ ଚନ୍ଦ୍ର ସେଠୀ, ପୂର୍ବତନ ସଭାପତି ସଞ୍ଜୟ ଓଝା, ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ଅଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷୟିତ୍ରୀ ଶୈଳବାଳା ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱରା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ମନୋଜା ମଞ୍ଜରୀ ସାହୁ, ପ୍ରଜ୍ଞକ୍ଷ ପରମିତା ପାଣି, ତୃପ୍ତିମୟୀ ପଣ୍ଡା, ଓ ଶିକ୍ଷକ ରନôାକର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।