ବରୀରେ ପ୍ରଶାସନର ପ୍ରସ୍ତୁତି
ାା ପ୍ରଭାନୁ୍ୟଜ ।ା ବରୀ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଲୋକେ ଭୟଭୀତ । ଏହି ବାତ୍ୟାକୁ କିପରୀ ମୁକାବିଲା କରାଯିବ ଓ ଲୋକଙ୍କୁ ସୁରକ୍ଷିତ ରଖାଯିବ ସେ ନେଇ ଜିଲ୍ଲା ଓ ବ୍ଳକ ପ୍ରଶାସନମଧ୍ୟରେ ତତ୍ପରତା ଦେଖା ଦେଇଛି । ଆଜି ବରୀ ଗସ୍ତରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଆସିବରୀର କୃଷ୍ଣନଗର, ଗମୁ, ଉଦୟନାଥପୁରର ବାତ୍ୟା ଆଶ୍ରୟସ୍ଥଳୀ ବୁଲିବା ସହ ଏହାକୁ ତଦାରଖ କରିଥିଲେ । ଯେଉଁ ସବୁବାତ୍ୟା ଆଶ୍ରୟସ୍ଥଳିରେ କୌଣସି ଅସୁବିଧା ଅଛି ତାହାକୁ ତୁରନ୍ତ ସଜାଡିବା ସହ ମରାମତିକରିବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଶୁଖିଲା ଖାଦ୍ୟ ମହଜୁଦ୍ ରଖିବାକୁ ମଧ୍ୟ କହିଥିଲେ । ବାତ୍ୟାକୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତେ ବ୍ଲକ ପରିସରରେ ଉପସ୍ଥିତ ରହିବାକୁ କହିଥିଲେ । ପରେ ବ୍ଲକରେ ବିଡିଓ ଓ ଅନ୍ୟକର୍ମଚାରୀଙ୍କ ସହ ଆଲୋଚନା କରି ଫେରିଯାଇଥିବା ଜଣାପଡିଛି । ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ବେଉରା, ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦସେଠୀ, ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର, ବିଡିଓ ପଞ୍ଚାନନ ମଲ୍ଲିକ, ଜିଲ୍ଲାପରିଷଦସଭ୍ୟ ସନ୍ତୋଷ ସାମଲ, ଦିଲୀପ ମହାନ୍ତି, ଅତିରିକ୍ତ ବିଡିଓ ମହେଶ୍ୱର ସେଠୀ, ଏଇ ସନ୍ଦୀପ ଦାସ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।