ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ଆସିଲା କାଠ

 କେନ୍ଦ୍ରାପଡା  : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବୀଉଙ୍କ ରଥ ନିର୍ମାଣ ନିମନ୍ତେ କାଠ ଆସି ପହଁଚିଛି । ରାଜ୍ୟ ପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ପବିତ୍ର ଜୈଷ୍ଠ୍ୟ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ  । କିନ୍ତୁ ଚଳିତ ବର୍ଷ ରଥର ନୂଆ ଚକ ଓ ଅଖ ଲାଗିବାର କାର୍ଯ୍ୟକ୍ରମ ଥିବାରୁ ଏକ ସପ୍ତାହ ପୂର୍ବରୁ ରଥକାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଏନେଇ ଦେବୋତର ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା (ଡିଏଫଓ) ବନଖଣ୍ଡଙ୍କ ନିଦେ୍ର୍ଦଶରେ ତେଲକୋଇ କଳିଆହଦା ଡିପୋରୁ ପ୍ରଥମ ଦଫା ମାର୍ଚ୍ଚ ୨୨ ତାରିଖରେ ୯ ଖଣ୍ଡ କାଠ ତଥା ୨୪୪ ସିଫ୍ଟ କାଠ ଆସିଥିଲା । ସୋମବାର ସେହି କେନ୍ଦୁଝରର କାଳିଆ ହଦା ଡିପୋରୁ ୨୨ ଖଣ୍ଡ ୫୧୬ ସିଫ୍ଟ ମୋଟ୍ ୩୧ ଖଣ୍ଡ କାଠ ଆସି ପହଁଚିଛି । ଏହି କାଠକୁ ଆଣିବା ପାଇଁ ଦେବୋତର ବିଭାଗର କର୍ମଚାରୀ ସୁବାସ ଚନ୍ଦ୍ର ପରିଡା ଓ ବଳରାମ ଦାସ ସେଠାକୁ ଯାଇଥିଲେ । ରାଜ୍ୟ ସରକାରଙ୍କୁ କାଠ ଆଣିବା ବାବଦରେ ୧୧ ହଜାର ୬୨୧ ଟଙ୍କା ମୂଲ୍ୟ ପ୍ରଦାନ କରାଯାଇଛି । ତେବେ ଚଳିତ ବର୍ଷ ବ୍ରହ୍ମ ତାଳଧ୍ୱଜ ରଥରେ ନୂଆ ଅଖ ଚକ ଲାଗିବା ସହିତ ଚକରେ ପୁଲି ଲାଗିବା ପାଇଁ ବ୍ୟବସ୍ଥା କରାଯାଇ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।