‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏନ୍ଏସ୍ଏସ୍ର କାର୍ଯ୍ୟକ୍ରମ ଅଧିକାରୀ ଡ.ମଧୁସ୍ମିତା ଦାସଙ୍କ ତତ୍ତ୍ୱବଧାନରେ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିଲେ । ଯେଉଁ ଥିରେ ସେମାନେ ରାଲି ମାଧ୍ୟମରେ ସ୍ଲୋଗାନ ଦେଇ ନିକଟ ବସ୍ତି ଅଞ୍ଚଳରେ ସ୍ୱଚ୍ଛତା ରଖିବା ପାଇଁ ସଚେତନତା କରିଥିଲେ । ବିଜୁ ପଟ୍ଟନାୟକ ପାର୍କକୁ ଯାଇ ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ । ରାସ୍ତା କଡରେ ଠିଆ ହୋଇ ଲୋକମାନଙ୍କୁ  କହିଥିଲେ ହାତରେ ହାତ ମିଶାଇ କାମ କଲେ ଆମେ ନିଶ୍ଚିତ ଭାବେ ଏକ ସୁସ୍ଥ ସୁନ୍ଦର ପରିବେଶ ଗଢ଼ିପାରିବା । ପରେ ୟୁନିଟ ଏକ ସ୍ଥିତ ପରିବା ମାର୍କେଟକୁ ଯାଇ ପଲିଥିନ୍ ବ୍ୟବହାର ନକରିବା ପାଇଁ ଉଭୟ ବିକ୍ରେତା ଓ ଉପଭକ୍ତାଙ୍କୁ ଅନୁରୋଧ କରିଥିଲେ । ଏଥିରେ ୟୁଆରସିର କୋର୍ଡିନେଟର ଡ.ବେଦୁଲା ରାମଲକ୍ଷ୍ମୀ ଓ ସ୍ୱେଚ୍ଛାସେବୀ ମାନେ ସହଯୋଗ କରି ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଯୁବପିଢୀମାନଙ୍କ ମଧ୍ୟରେ ଏକ ଅସୀମ ଇଚ୍ଛା ଓ କାର୍ଯ୍ୟ କରିବାର ଆଗ୍ରହ ପରିଲିକ୍ଷିତ ହୋଇଥିଲା ।