ପ୍ରୋଭିଜନାଲ ପାଇଁ ଲାଞ୍ଚ ମାଗିବା ଘଟଣା: ଆକାଉଣ୍ଟ ଅଫିସରକୁ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡ଼ିଓ

 ବିଞ୍ଝାରପୁର : ଗଲା ସୋମବାର ବିଞ୍ଝାରପୁର ବ୍ଲକ୍ ପରିସରରେ ଜିଲାପାଳଙ୍କ ମିଳିତ ଅଭିଯୋଗରେ ଆସିଥିଲା ଲାଞ୍ଚ ମାଗିବାର ଏକ ସାଙ୍ଘାତିକ ଅଭିଯୋଗ । ଉକ୍ତ ବ୍ଲକରେ କାର୍ଯ୍ୟ କରି ଅବସର ନେଇଥିବା ପଂଚାୟତ ନିର୍ବାହୀ ଅଧିକାରୀ ବିନୋଦ କୁମାର ନାୟକ ଅବସର ପରେ ବି ନିଜର ପେନସନ ପାଇଁ ପ୍ରୋଭିଜନାଲ କାର୍ଯ୍ୟ କରାଇବା ପାଇଁ ବ୍ଲକ ଦଉଡି ଦଉଡି କାର୍ଯ୍ୟ ନହେବାରୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଆଣିଲେ । ଅଭିଯୋଗ ଏହା ଥିଲା କି କାଗଜ ପତ୍ର କରାଇ ଦେବା ବାବଦକୁ ଶ୍ରୀ ନାୟକଙ୍କୁ ୨୦ ହଜାର ଟଙ୍କା କୁଆଡେ ଲାଂଚ ମାଗିବା ସହ ଚୁପରେ ଦେଇଦେଲେ ତୁମ କାମ ହେଇଯିବ କିଛି ଅସୁବିଧା ନାହିଁ କୁଆଡେ କହିବା ସହ ବ୍ଲକ ଦାଇତ୍ୱରେ ଥିବା ପୁଲକ ବେହେରା ତାଙ୍କର ଫାଇଲ ରଖି ଦେଇ ପଛରେ ଅବସର ନେଇଥିବା କର୍ମଚାରୀଙ୍କ ଫାଇଲ କାମ କରିଦେଇଥିବା ଅଭିଯୋଗ ଆଣିଥିଲେ । କିନ୍ତୁ ପୁଲକ ବେହେରା କୌଣସି ଟଙ୍କା ମାଗିନଥିବା ବେଳେ କେବଳ ଆକାଉଂଟ ଅଫିସର କାଶୀନାଥ ମଲିକ କାର୍ଯ୍ୟ କରେଇ ଦେବା ପାଇଁ ତାଙ୍କୁ ୨୦ହଜାର ମାଗିଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ନାୟକ । ଅଭିଯୋଗ ପରେ ଏସମ୍ପର୍କରେ ଉକ୍ତ ଦିନ ଆକାଉଂଟ ଅଫିସର କାଶୀନାଥଙ୍କୁ ପଚାରିବାରୁ ମଉନେ ସମ୍ମତି ଲକ୍ଷଣ ପରି ଚୁପ ରହିଥିବା ବେଳେ ପୁଲକ କହିଥିଲେ ସେ ଦୁଇ ମାସ ହେବ ନୂଆ ଆସିଛନ୍ତି ଏବିଷୟରେ କିଛି ତାଙ୍କ ପାଖରେ ଖବର ନାହିଁ । ଏହାସହ କୁଆଡେ ଶ୍ରୀ ନାୟକଙ୍କ ଉପରେ ୩୦ ହଜାର ଟଙ୍କା ବକେୟା ରହିଛି ବୋଲି ତାଙ୍କ କାମ ବନ୍ଦ ରହିଛି ବୋଲି କହିଥିଲେ । ଏପଟେ କିନ୍ତୁ ବିଡିଓ ଏସମ୍ପର୍କରେ କିଛି ମତ ଦେବେ ନାହିଁ ବୋଲି ରୋକ ଠୋକ ମନା କରିଥିଲେ । ତେବେ ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇବା ପରେ ଆକାଉଂଟ ଅଫିସରଙ୍କୁ ବଞ୍ଚାଇବା ପାଇଁ ବିଡିଓ, ସହକାରୀ ନିର୍ବାହୀଯନ୍ତ୍ରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ କିଛି ପଦାଧିକାରୀ ଲାଗିପଡ଼ିଛନ୍ତି । ଏନେଇ ବିଡିଓଙ୍କ ପ୍ରକୋଷ୍ଠରେ ଗୁପ୍ତ ବୈଠକ କରାଯାଇଛି । ଯେଉଁ ବୈଠକରେ ମଧ୍ୟ ଖୋଦ ଆକାଉଂଟ ଅଫିସର କାଶୀନାଥ ମଲିକଙ୍କୁ ବି ମଝିରେ ଡକା ଯାଇଥିଲା । ଗୁପ୍ତ ବୈଠକ ସମୟରେ କାହାରିକି ବିଡିଓଙ୍କ ପ୍ରକୋଷ୍ଠକୁ ନଛାଡିବା ପାଇଁ କଡ଼ାକଡ଼ି ବାରଣ କରାଯାଇଥିଲା । ତେବେ ଏହି ଆଲୋଚନା ବିଡିଓ ନିଜ ପ୍ରକୋଷ୍ଠ ମଧ୍ୟରେ କାହାକୁ ନେଇ କରୁଥିଲେ ? କିଏ କିଏ ସାମିଲ ଥିଲେ ତାହା ବିଡିଓଙ୍କ ପ୍ରକୋଷ୍ଠରେ ଲାଗିଥିବା ସିସି ଟିଭି ଫୁଟେଜ କେବଳ ସତ କହିବ । ଶେଷରେ ସୋସିଆଲ ମିଡ଼ିଆରେ ବିଡିଓ ଘଟଣା ମିଛ । ଆକାଉଂଟ ଅଫିସରଙ୍କ ନାମରେ ସେ ବିନୋଦ ନାୟକ ମିଛ କହୁଛନ୍ତି । ଓଲଟି ତାଙ୍କ ଉପରେ ୩୦ ହଜାର ଟଙ୍କା ବାକି ଥିବାରୁ ସେ ବାରମ୍ବାର ନୋଟିସ କଲା ପରେ ବି ଦେଉ ନାହାନ୍ତି । ଯାହା ଫଳରେ ତାଙ୍କର ଫାଇଲ ପଡି ରହିଛି ବୋଲି କୁହାଯାଉଛି । ତେବେ ବିଡିଓ ଏହା କହିବା ପଛର କାରଣ ଉକ୍ତ ଗୁପ୍ତ ବୈଠକରୁ ବେସ ବାରି ହେଉଛି । ତେବେ କ୍ଷୀର କ୍ଷୀର ଆଉ ପାଣି ପାଣି ଏମିତି କି ସତ କେବେ ଲୁଚି ରହେନା ପରି ବିଞ୍ଝାରପୁର ବ୍ଲକର ଅଘୋଷିତ ବିଡିଓ ସାଜିଥିବା ଆକାଉଂଟ ଅଫିସର କାଶୀନାଥ ମଲିକଙ୍କୁ ସୁରକ୍ଷା ଦେବାପାଇଁ ବିଡିଓ ନିଜ ଅଂଟା ଭିଡ଼ିଲା ପରି ପୂର୍ବର ଗୋଟିଏ ଦିନ ପୂର୍ବ ତାରିଖ ଯାହାକି ୨୪ା୨ା୨୦୨୫ ବ୍ଲକର ପତ୍ର ସଂଖ୍ୟା-୧୦୯୬ରେ ପୂର୍ବରୁ ବ୍ଲକ ଓଡିଶା ଜୀବିକା ମିଶନ ଦାଇତ୍ୱରେ ଥିବା ମାନସ ଦାସ ନାଁରେ ଏକ ଚିଠି ଉଲ୍ଲେଖ କରି ଅବସର କର୍ମଚାରୀ ବିନୋଦ ନାୟକ ଓ ଯେହେତୁ ମାନସ ଦାସ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଏବେ ନିଯୁକ୍ତି ପାଇଛନ୍ତି ସେଥିଲାଗି ଡାବୁଗାଁ ବିଡିଓଙ୍କୁ ଏହି ପତ୍ର ପଠାଇଛନ୍ତି । ଉକ୍ତ ଚିଠିରେ ଉଲ୍ଲେଖ ରହିଛି କି ଗତ୨୦୨୧ ମସିହା ନଭେମ୍ବର ମାସରେ ଆଉଁରୀ ପଂଚାୟତର ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ବାବଦ ୫ଲକ୍ଷ ଟଙ୍କା ବଂଟନ ଦାଇତ୍ୱରେ ଥିବା ମାନସ ଦାସ ଉଠାଇଥିଲେ । ସରକାରୀ ରେକର୍ଡ ଅନୁସାରେ ୪ଲକ୍ଷ ୭୦ହଜାର ଟଙ୍କା ବଂଟନ କରିଥିବା ବେଳେ ବାକି ୩୦ହଜାର ଟଙ୍କା ବଳକା ରହିଲା । ଯାହାକୁ ମାନସ ଆଉ ବ୍ଲକରେ ପଇଠ କରିବା ପରିବର୍ତ୍ତେ ତାହା କରିନଥିଲେ । ଯାହାକି ମାନସଙ୍କ ନାମରେ ବକେୟା ଅର୍ଥ ଗଡୁ ଥୁବା ବେଳେ ଏହା ପରେ ବିନୋଦ ନାୟକଙ୍କୁ ଭତ୍ତା ବଂଟନ ପାଇଁ ଆଉଁରୀ ପଂଚାୟତର ଦାଇତ୍ୱ ଦେଇଥିଲେ ବିଡିଓ । ତେବେ ମାନସଙ୍କ ଜିଲାପାର ବଦଳି ଜାଣି ବ୍ଲକରେ ଥିବା ବିଡିଓ ହୁଅନ୍ତୁ ବା ଭତ୍ତା ବିଭାଗଅଧିକାରୀ ସେତେ ବେଳେ ମାନସଙ୍କୁ ବିଡିଓଙ୍କ ମାଧ୍ୟମରେ ଉକ୍ତ ଟଙ୍କା ଫେରସ୍ତ ପାଇଁ କେତୋଟି ଚିଠି କରିଥିଲେ? ଏହା ନିଜେ ବିଡିଓ ଜାଣିଥିବେ । ତେବେ ଉକ୍ତ ଅର୍ଥ ହଡ଼ପ ଘଟଣାର ୩ବର୍ଷରୁ ଉର୍ଦ୍ଧ ହେଇ ଯାଇଥିଲେ ସୁଦ୍ଧା କେବେ ବି ମାନସ କି ଅବସର ନେଇଥିବା ପଂଚାୟତ ନିର୍ବାହୀ ଅଧିକାରୀ ବା ଅଭିଯୋଗକାରୀ ବିନୋଦ ନାୟକଙ୍କ ପାଖକୁ ଗୋଟିଏ ବି ଚିଠି ଆସିନଥିବା କଥା ଉଭୟ ନିଜ ମତ ରଖିଛନ୍ତି । ତେବେ ବିଡିଓଙ୍କ ଚିଠି କହୁଛି ଉକ୍ତ ଅର୍ଥ ମାନସଙ୍କ ଉପରେ ରହିଛି ଯାହାକୁ ମାନସ ହିଁ ଫେରାଇବେ । ତେବେ ଏଠି ବିନୋଦ ନାୟକଙ୍କ ଉପରେ ଅର୍ଥ ବକେୟା କିପରି ରହିଲା ? ଯଦି ରହିଲା ସିଧା ସଳଖ ବିନୋଦଙ୍କୁ ଚିଠି ନକରି ମାନସଙ୍କୁ ଚିଠି କରି କପି ଟୁ ବିନୋଦ ଓ ବିଡିଓ ଡାବୁଙ୍ଗାକୁ ପଠାଇବାରୁ ବେସ ବାରି ହୋଇ କାର୍ଯ୍ୟ କରିଦେବା ପାଇଁ ବିନୋଦ ନାୟକଙ୍କୁ ବ୍ଲକ ଆକାଉଂଟ ଅଫିସର ୨୦ହଜାର ଟଙ୍କା ଲାଂଚ ମାଗୁଥିବା ଘଟଣାକୁ କୌଣସି ମତେ ମିଛ ପ୍ରମାଣିତ କରିବାକୁ ଯୋଜନା କରାଯାଇଛି । ବିଡିଓଙ୍କ ତଦନ୍ତ କେତେ ସତ୍ୟ ନା ପ୍ରି-ପ୍ଲାନ ତାହା ପ୍ରକୋଷ୍ଠରେ ଲାଗିଥିବା ସିସି ଟିଭି ଯାଂଚ କରିଲେ ସବୁ ସତ ଆସିବ ସାମ୍ନାକୁ । ତେବେ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ସମସ୍ତଙ୍କ ଅପେକ୍ଷା ରହିଛି ।